ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ

ବ୍ରହ୍ମପୁର,୭/୯(ମନୋଜ ପାତ୍ର) :କରୋନା ମହାମାରୀର ପ୍ରଭାବ ପଡିଛି ସବୁଠି। କ୍ଷତିଗ୍ରସ୍ତ ହୋଇଛନ୍ତି। ପରିସ୍ଥିତି ଏଭଳି ହେଲା ଯେ କଟକଣା ଯୋଗୁଁ ଗରିବ, ନିରୀହ, ଅସହାୟ ଓ ନିରାଶ୍ରୟଙ୍କୁ ସହଯୋଗର ହାତ ବଢ଼ାଉଥିବା ସ୍ବେଛାସେବୀ ମାନେ ସେବା କାର୍ଯ୍ୟରୁ ବଞ୍ଚିତ ହେଲେ। ଫଳସ୍ୱରୂପ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ” ଟିମ କ୍ଲିନ ସିଟି” ପକ୍ଷରୁ ଜାରି ରହିଥିବା ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଯଦିଓ ସାମୁହିକ କାର୍ଯ୍ୟ ବନ୍ଦ ରହିଥିଲା ତେବେ ଟିମର ସଦସ୍ୟମାନେ ନିଜର ତଥା ବ୍ୟକ୍ତିଗତ ଉଦ୍ୟମରେ ନିଜ ସେବାକାର୍ଯ୍ୟ ଚଳାଇ ଆସୁଥିଲେ। କରୋନା କଟକଣାର ପ୍ରଭାବ କେବଳ ଜୀବଜଗତ ବା ପ୍ରାଣିଜଗତ ଉପରେ ପଡିଛି ଏହାନୁହଁ ବରଂ ମହାପୁରୁଷ ମାନଙ୍କ ଉପରେ ମଧ୍ୟ ପଡିଛି। ସହରରେବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତି ଗୁଡିକ ରକ୍ଷଣାବେକ୍ଷଣା ଅଭାବରୁ ଅବହେଳିତ ହୋଇପଡିଥିଲା। ଯାହାଉପରେ ନଜର ପଡିଥିଲା ଟିମ କ୍ଲିନ ସିଟି ସଦସ୍ୟଙ୍କର । ଦୀର୍ଘ ମାସ ପରେ ଆଜି ପୁଣି ଟିମର ପୂର୍ବ ନିଷ୍ପତ୍ତି କ୍ରମେ ଆରମ୍ଭ ହୋଇଛି ସାମାଜିକ ତଥା ସେବା କାର୍ଯ୍ୟ। ଆଜି ସକାଳ 6ଟା ସମୟରେ ଟିମର ସଦସ୍ୟ ମାନେ ଏମ କେ ସି ଜି ମେଡିକାଲ ମୁଖ୍ୟ ଗେଟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସମସ୍ତଙ୍କ ମୁହଁରେ ଥିଲା ମାସ୍କ। ପୃଥକ ପୃଥକ ଭାବେ ସମସ୍ତେ ପହଞ୍ଚିଥିଲେ ପି ଭି ଏନ ରାଓ ପେଟ୍ରୋଲ ପମ୍ପ ଛକରେ। ସେଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ପରେ ପୋଛାପୋଛି କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଟିମର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ଓ ବରିଷ୍ଠ ସଦସ୍ୟ ରାମ ଚନ୍ଦ୍ର ପଣ୍ଡା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଟିମ କ୍ଲିନ ସିଟିର ଆଜିର ଏହି କାର୍ଯ୍ୟରେ ଟିମର ବହୁ ସଦସ୍ୟ ଯୋଗଦେଇଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ଏଭଳି କାର୍ଯ୍ୟ ହାତକୁ ନିଆଯାଇଥିବାରୁ ସମସ୍ତଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ହେଲା ଟିମ ପକ୍ଷରୁ ଏଭଳି କାର୍ଯ୍ୟ ହାତକୁ ନିଆଯାଉଥିବା ସୂଚନା ପାଇ ବ୍ରହ୍ମପୁର କିନ୍ନର ସଂଘର ସଦସ୍ୟମାନେ ମଧ୍ୟ ଏଥିରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଆଗକୁ ଏଭଳି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ଟିମର ଅନ୍ୟତମ ବରିଷ୍ଠ ସଦସ୍ୟ ଶକ୍ତିଧର ରାଜଗୁରୁ ମତ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!