ଟି-୨୦ ବିଶ୍ଵ କପ୍ ,ଭାରତକୁ ହରାଇ ଫାଇନାଲରେ ଇଂଲଣ୍ଡ

ଆଡିଲେଡ୍ ,୧୦।୧୧: ଟି-୨୦ ବିଶ୍ୱକପ ୨୦୨୨ ଭାରତକୁ ହରାଇ ଫାଇନାଲରେ ଇଂଲଣ୍ଡ  |  ଇଂଲଣ୍ଡ ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ସରେଣ୍ଡର କରିଯାଇଛି ଭାରତୀୟ ଟିମ୍ ।  କେ.ଏଲ ରାହୁଲ ମାତ୍ର ୫ ରନ୍ କରି ଆଉଟ୍ ହେବା ପରେ ଭାରତୀୟ ଟିମ୍ ଚାପରେ ଆସିଥିଲା। ଏହାପରେ ବିରାଟ କୋହଲିଙ୍କ ଲଢୁଆ ଅର୍ଦ୍ଧଶତକ ଏବଂ ହାର୍ଦିକ ପଣ୍ଡ୍ୟାଙ୍କ ଧମାକାଦାର ଅର୍ଦ୍ଦଶତକ ବଳରେ ଭାରତ ଇଂଲଣ୍ଡ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଭାରତୀୟ ବୋଲରମାନେ ସମ୍ପୁର୍ଣ୍ଣ ଭାବ ନିରାଶ କରିଥିଲେ। ୧୬୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳ ୧୬ ଓଭରରେ ବିନା କୌଣସି ଉଇକେଟ୍ ହରାଇ ହାସଲ କରି ନେଇଥିଲା। ଭାରତୀୟ ବୋଲର ଗୋଟିଏ ହେଲେ ଉଇକେଟ୍ ହାସଲ କରିପାରି ନଥିଲେ। ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ୪୭ ବଲ୍‌ରେ ୮୬ ଏବଂ ଜସ୍ ବଟଲର ୪୯ ବଲ୍‌ରେ ୮୦ ରନ୍ କରି ଅପରାଜିତ ରହିଥିଲେ।ଇଂଲଣ୍ଡର ବିଜୟ ପାଇଁ ଭାରତ ୧୬୯ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ଓ ଜସ ବଟଲର ହିଁ ଖେଳ ସମାପ୍ତ କରିଦେଇଥିଲେ । ଭାରତର କୌଣସି ବୋଲର ତାଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିନଥିଲେ । ବଟଲର ୮୦ ଓ ହେଲ୍ସ ୮୬ ରନ କରି ଅପରାଜିତ ରହିଥିଲେ । ମ୍ୟାଚର ଉଭୟ ବ୍ୟାଟିଂ ଓ ବୋଲିଂରେ ଇଂଲଣ୍ଡ ଦଳ ଭାରତ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା । ଏପରିକି ଆହୁରି ୨୪ଟି ବଲ ବାକିଥାଇ ଇଂଲଣ୍ଡ ନିଜର ଲକ୍ଷ୍ୟ ହାସଲ କରିନେଇଥିଲା ।ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ଆରମ୍ଭରୁ କେଏଲ ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ  । ରୋହିତ ୨୭ ରନ କରି ଆଉଟ ହୋଇଥିବାବେଳେ କୋହଲି ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୩ଟି ବଲରୁ ୬୩ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ସେ ଶେଷ ବଲରେ ଦୁର୍ଭାଗ୍ୟଜନକ ଭାବେ ହିଟ୍ ଓ୍ବିକେଟ ହୋଇଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୮ ରନ କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: