ଟୋକିଓ ଅଲିମ୍ପିକ୍ସ ପାଇଁ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩/୬: ଟୋକିଓ ଅଲିମ୍ପିକ୍ସକୁ ଆଉ ୫୦ ଦିନ ବାକି ରହିଛି। ଏହି ଅବସରରେ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ୟ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ଏକ ଉପସ୍ଥାପନା ରଖିଥିଲେ। ସମୀକ୍ଷା ସମୟରେ, ପ୍ରଧାନମନ୍ତ୍ରୀଙ୍କୁ ମହାମାରୀ ସମୟରେ କ୍ରୀଡ଼ାବିତମାନଙ୍କ ବାଧାମୁକ୍ତ ପ୍ରଶିକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଅଲିମ୍ପିକ୍ସ କୋଟା ଜିତିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ, କ୍ରୀଡ଼ାବିତମାନଙ୍କ ଟିକାକରଣ ଏବଂ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଇଚ୍ଛାମୁତାବକ ସହାୟତା ସମ୍ପର୍କରେ ଅବଗତ କରାଯାଇଥିଲା। ଅଧିକାରୀମାନେ କ୍ରୀଡ଼ାବିତ୍ ଓ ସହାୟକ କର୍ମଚାରୀଙ୍କ ଟିକାକରଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ପ୍ରତ୍ୟେକ ଯୋଗ୍ୟତା ଅର୍ଜନକାରୀ/ସମ୍ଭାବ୍ୟ କ୍ରୀଡ଼ାବିତ, ସହାୟକ କର୍ମଚାରୀ ଓ ଅଧିକାରୀଙ୍କୁ ଯଥାଶୀଘ୍ର ଟିକାକରଣ କରାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଆମର ଅଲିମ୍ପିକ୍ସ ଦଳ ସହିତ ସେ ଯୋଡ଼ି ହୋଇ ସେମାନଙ୍କୁ ଉତ୍ସାହିତ କରିବେ ଓ ସମସ୍ତ ଦେଶବାସୀଙ୍କ ପକ୍ଷରୁ ସେମାନଙ୍କୁ ଶୁଭକାମନା ଜଣାଇବେ। କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ । ବିଶ୍ଵସ୍ତରରେ ଚମକୁ ଥିବା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ଦ୍ୱାରା ଆହୁରି ହଜାରରୁ ଅଧିକ କ୍ରୀଡ଼ାବିତ୍ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: