ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ; ୩ ମୃତ

ଖୋର୍ଦ୍ଧା, ୦୨/୧୧: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପଞ୍ଚୁକୋଟ ଢାବା ନିକଟରେ ଘଟି ଯାଇଛି  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି ।  କାର୍‌ରେ ଡ୍ରାଇଭରଙ୍କ ସମେତ ୩ ଜଣ ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବାରୁ ଏପରି ଏକ ଅଘଟଣ ଘଟିଛି| ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ହୋଇଛି।  ସୂଚନା ଅନୁଯାୟୀ କାରଟି ଭୁବନେଶ୍ୱରରୁ ନୟାଗଡକୁ ଯାଉଥିବାବାଳେ ଏଥିରେ ମୋଟ ୩ ଜଣ ଲୋକ ଯାଉଥିଲେ । ତେବେ ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସେମାନଙ୍କ ପରିଚୟ ମିଳିପାରି ନଥିବାବେଳେ ସେମାନେ ପ୍ରକୃତରେ କେଉଁ ସ୍ଥାନକୁ ଯାଉଥିଲେ ତାହା ମଧ୍ୟ ଜଣା ପଡିନାହିଁ । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଅରମ୍ଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: