ଟ୍ରକ ଧକ୍କାରେ ଓଲଟିଲା ଅଟୋ : ୩ ଯୁବତୀ ଆହତ

ବ୍ରହ୍ମପୁର,୧୩/୯(ମନୋଜ ପାତ୍ର):ବ୍ରହ୍ମପୁର ସଦର ଥାନା ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ହୁଗୁଳାପଟା ଗ୍ରାମ ନିକଟରେ ଏକ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣ ଯୁବତୀ ଆହତ ହୋଇଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।ସୂଚନା ଅନୁଯାୟୀ ଜଣିବାକୁ ମିଳିଛି ଯେ, ରବିବାର ସକାଳ ସାଢେ ୯ଟା ସମୟରେ କେରାଣ୍ଡିତୋଳା ଗ୍ରାମରୁ (ଓଡ଼ି ୦୭ ଏକ୍ସ ୮୮୧୮)ନଂ ବିଶିଷ୍ଟ ଏକ ଅଟୋରେ କିଛି ଦିନ ମଜୁରିଆଙ୍କୁ ବସାଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।ଏହି ସମୟରେ ହୁଗୁଳାପଟା ରୋଡ଼ରୁ ମାର୍ଥାପଲ୍ଲୀ ଗ୍ରାମକୁ ଯିବା ଟରନିଂ ନିକଟରେ (ଓଆର ୦୭ଭି ୭୦୫୭) ନଂ ବିଶିଷ୍ଟ ଏକ ଟ୍ରକ ହଟାତ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ଓଲଟି ପଡ଼ି କିଛି ଦୂର ପର୍ଯ୍ୟନ୍ତ ଘୋଶାଡୀ ହୋଇ ଯାଇଥିଲା ।ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସିଟି ହସ୍ପିଟାଲ କୁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଟ୍ରକ ମାଲିକ ବିରୋଧରେ ସଦର ଥାନାରେ ୨୬୦/୨୦ ଏକ ମାମଲା ରୁଜୁ କରାଯାଇଛି ।ତେବେ ଏହି ଘଟଣାରେ ୩ ଜଣ ଯୁବତୀ ଆହତ ହୋଇଛନ୍ତି । ଆହତ ସମସ୍ତେ କେରାଣ୍ଡିତୋଳା ଗ୍ରାମର ଲକ୍ଷ୍ମୀ ପ୍ରଧାନ(୧୮),ଝିଲ୍ଲୀ ପ୍ରଧାନ(୧୮) ଓ ମିନତୀ ପ୍ରଧାନ(୧୮) ବୋଲି ଜଣିବାକୁ ମିଳିଛି ।ତେବେ ଏହି ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ନେଇ ଫାଣ୍ଡି ଅଧିକାରୀ ଧୋବା ସ୍ୱାଇଁଙ୍କ ଠାରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!