ମୁନିଗୁଡା,୧୩/୩(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ମୁନିଖୋଲ ସ୍ଥିତ କନ୍ୟକା ପରମେଶ୍ୱରୀ ମନ୍ଦିର ନିକଟରେ ଆଜି ଏକ ଟ୍ରକ ସହ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଏହି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ କଲ୍ୟାଣସିଂପୁର ବ୍ଲକ ଶିକରପାଇ ଅଞ୍ଚଳ ଗତିଗୁଡା ଗ୍ରାମର ମାଆ ପାଗଡାଲୁ ରାଙ୍ଗାନଦୋରା,ପୁଅ ପଞ୍ଚା ରାଙ୍ଗାନ ଦୋରା ଓ ତାଙ୍କ ଛୋଟ ଭଉଣୀ ବାଇକ ଯୋଗେ ନିଜ ଗାଁ କଲ୍ୟାଣସିଙ୍ଗାପୁର ବ୍ଲକ ଶିକାରପାଇ ଅଞ୍ଚଳର ଗୋତିଗୁଡା ଗ୍ରାମ ଠାରୁ ମୁନିଗୁଡା ବ୍ଲକ ଶିବପଦର ପଞ୍ଚାୟତର ଡୁରୁକିଳିମା ଗ୍ରାମକୁ ନିଜ ବନ୍ଧୁ ଘରକୁ ଯାଉଥିବା ବେଳେ ମୁନିଗୁଡା ମୁନିଖୋଲସ୍ଥିତ କନ୍ୟକା ପରମେଶ୍ୱରୀ ମନ୍ଦିର ନିକଟରେ ପଛପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରଲର ଟ୍ରକ (OD-14-4717) ଧକ୍କା ଦେବା ଫଳରେ ବାଇକ (OD-18-F-9506) ରେ ବସିଥିବା ମହିଳା ଜଣଙ୍କ ତଳେ ପଡ଼ିଯାଇଥଲେ ପରେ ଟ୍ରକଟି ତାଙ୍କ ଦୁଇ ଗୋଡ଼ ଉପରେ ଚଡି ଯାଇଥିବାରୁ ମହିଳା ଜଣକ ଗୁରୁତର ଆହାତ ହୋଇଥିଲେ l ତୁରନ୍ତ ଆଖ ପାଖରେ ଥିବା ଲୋକ ମାନେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁ,ଏସଆଇ ନରସିଂହ ବେହେରା, ହୋମଗାର୍ଡ ପ୍ଲାଟୁନ କମାଣ୍ଡେର ସନ୍ତୋଷ ପାଢ଼ୀ,ପ୍ରଶାନ୍ତ ମହାନ୍ତି ସଦାଶିବ ମିଶ୍ର, ଆମ୍ବୁଲାନ୍ସ କର୍ମଚାରୀ, ମୁନିଗୁଡା ବିକାଶ ପରିଷଦ ସଭାପତି ମହମ୍ମଦ ଆୟୁବ,ସମ୍ପାଦକ ସୁଧାକର ମହାରଣା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡିଛି l ତେବେ ଘଟଣା ପରେ ଟ୍ରଲର ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଟ୍ରଲର ଟ୍ରକ ସହ ବାଇକ ଯବତ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |