ଟ୍ରକ ପଛରେ ସ୍କୁଟି ପିଟି ଜଣେ ଭଉଣୀ ମୃତ, ଅନ୍ୟ ଜଣେ ଗୁରୁତର

ଚଣ୍ଡିଖୋଲ, ୦୮/୧୧:  ଯାଜପୁର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ରଥିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ମୃତ ଛାତ୍ରୀ ହେଉଛନ୍ତି ନେଉଳପୁର ଗାଁର ସନ୍ତୋଷ କୁମାର ବେହେରାଙ୍କ ମଝିଆଁ ଝିଅ ଶ୍ୱେତା(୧୫) ଏବଂ ଆହତ ବଡ଼ ଝିଅ ସଂଗୀତା(୧୮) । ଉଭୟ ଏକ ନୂଆ ଆକ୍ଟିଭା ୬ଜି ସ୍କୁଟିରେ ଜାରକାକୁ ଟିଉସନ ହେବା ପାଇଁ ଆସୁଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: