ଟ୍ରକ ସହ ୪ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କଲା ମୁନିଗୁଡା ପୋଲିସ

ମୁନିଗୁଡା,୧୬/୬ (ନନ୍ଦ କିଶୋର ପଟ୍ଟନାୟକ):ଗଞ୍ଜେଇ ଧରିବା ଘଟଣାକୁ ନେଇ ମୁନିଗୁଡା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା ବିଶେଷ ସୂତ୍ରରୁ ଗତ କାଲି ରାତ୍ରରେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତେଲେଙ୍ଗାପଦର ଗ୍ରାମ ନିକଟରୁ ଖବର ମୁତାବକ ଏକ ଟ୍ରକକୁ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ ପୋଲିସ ଗାଡି ଦେଖି ଘଟଣା ସ୍ଥଳରୁ ଟ୍ରକ ଛାଡି ଡ୍ରାଇଭର ଖସି ଯିବାରେ ସକ୍ଷମ ହୋଇଥିବା ଜଣାପଡିଛି l ଉକ୍ତ ଟ୍ରକ(BR 06 GA 6144) ରୁ ଗଞ୍ଜେଇ ଥିବା ଜଣାପଡିବା ପରେ ଟ୍ରକକୁ ଯବତ କରି ଥାନାକୁ ଆଣି ସେଠାରେ 11 ବସ୍ତା ଥିବା ବେଳେ ଓଜନ ପରେ ତାହା 4 କୁଇଣ୍ଟାଲ 40 କେଜି ବୋଲି ଜଣାପଡିବା ବେଳେ ଆନୁମାନିକ ମୂଲ୍ୟ 40 ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ତେବେ ଏହି ଗଞ୍ଜେଇ ତେଲେଙ୍ଗାପଦର ଅଞ୍ଚଳରୁ ବିହାର ରାଜ୍ୟ ଯିବାକୁ ଥିବା ଅନୁମାନ କରାଯାଉଛି l ତେବେ ଉକ୍ତ କେଶରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ଏନେଇ ମୁନିଗୁଡା ଥାନା କେଶ ନମ୍ବର 76/21 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଗଞ୍ଜେଇ ମାଫିଆ ମାନଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି l ସୂଚନା ଯେ ମୁନିଗୁଡା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ଅଧିକ ହେଉଥିବ ବେଳେ ମୁନିଗୁଡା ପୋଲିସ ମଧ୍ୟ ଗଞ୍ଜେଇ ଧରିବାରେ ସେତିକି ଉସ୍ତାଦ ହୋଇ ଗଞ୍ଜେଇ ମାଫିଆଙ୍କ ଉଦ୍ୟମକୁ ବିଫଳ କରୁଛି l

WhatsApp Image 2021 06 16 at 12.10.32 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: