ନୂଆପଡ଼ା, ୦୩/୦୮ : ଆଜି ଟ୍ରାଫିକ୍ ସମସ୍ୟାକୁ ନେଇ୧୨ ଘଣ୍ଟିଆ ଖଡ଼ିଆଳ ସହର ବନ୍ଦ। ଖଡ଼ିଆଳ ସହରରେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଏହାର ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଖଡ଼ିଆଳ ସଚେତନ ନାଗରିକ ମଞ୍ଚ । ଆଜି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖଡ଼ିଆଳ ସହରର ଦୋକାନବଜାର ବନ୍ଦ କରିବା ସହ ଯାନବାହନ ଚଳାଚଳ ବନ୍ଦ ରହିବ। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ପ୍ରମୁଖ ସହର ହୋଇଥିବାରୁ ଏହା ଉପରେ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ ପାଇଁ ଜିଲ୍ଲାର ଅଧିକାଂଶ ଲୋକ ଏହା ଉପରେ ନିର୍ଭର କରନ୍ତି । ହେଲେ ସହରରେ ଟ୍ରାଫିକ୍ ବ୍ୟବସ୍ଥା ଠିକ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ସୋମବାର ରାତିରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିବା ପରେ ଖଡ଼ିଆଳ ସଚେତନ ନାଗରିକ ମଞ୍ଚ ଉଦ୍ବେଗ ପ୍ରକାଶ କରିବା ସହ ଆଜି ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |