ଟ୍ରେନ୍‌ ଲାଇନ୍‌ରେ ବିସ୍ଫୋରଣ କଲେ ନକ୍ସଲ, ବଦଳିଲା ଅନେକ ଟ୍ରେନ୍‌ର ଗତିପଥ

ରାଞ୍ଚୀ, ୨୭/୦୧: ଲାଲ୍ ବାହିନୀର ଆତଙ୍କ । ଝାଡଖଣ୍ଡରେ ଲଙ୍କାକାଣ୍ଡ ଘଟାଇଲେ ମାଓବାଦୀ । ଲାଲ୍ ବାହିନୀ ବୋମା ବିସ୍ଫୋରଣ କରି ରେଳଓ୍ୱେ ଟ୍ରାକ୍ ଉଡାଇ ଦେଇଛନ୍ତି । ଗତକାଲି ରାତିରେ ଝଡଖଣ୍ଡର ଗିରିଡିହ ନିକଟରେ ବୋମା ବିସ୍ଫୋରଣ କରି ନକ୍ସଲମାନେ ଦିଲ୍ଲୀ-ହାୱଡା ରେଳମାର୍ଗରେ ଥିବା ରେଳ ଧାରଣାକୁ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏହି କାରଣରୁ, ଏହି ମାର୍ଗରେ ଚାଲୁଥିବା ରାଜଧାନୀ ଏକ୍ସପ୍ରେସ ସମେତ ଅନେକ ଟ୍ରେନ୍ ଅନ୍ୟ ରୁଟରେ ଚଳାଚଳ କରୁଛି। ଏହା ସହ କିଛି ଟ୍ରେନ୍ ଅଟକି ରହିଥିବା ଜଣାପଡ଼ିଛି। ଫଳରେ ହାଓ୍ୱଡା-ଗୟା-ଦିଲ୍ଲୀ ରେଳ ଲାଇନରେ ଟ୍ରେନ ଚଳାଚଳ ବାତିଲ ହୋଇଛି । ଆଉ କିଛି ଟ୍ରେନର ରୁଟରେ ପରିବର୍ତ୍ତନ ହୋଇଛି । ପୂର୍ବ-ମଧ୍ୟ ରେଳ ବିଭାଗର ସିପିଆରଓ ରାଜେଶ କୁମାର କହିଛନ୍ତି ଯେ, ୨ ଜଣ କର୍ମଚାରୀ ରାତି ୧୨ଟା ୩୪ରେ ଟ୍ରେନ ଲାଇନ ବିସ୍ଫୋରଣ ବାବଦରେ ଖବର ଦେଇଥିଲେ । ଝଡଖଣ୍ଡର ଗିରଡିହି ନିକଟରେ ଏହି ବିସ୍ଫୋରଣ ଘଟିଥିବା ଖବର ମିଳିଥିଲା । ତୁରନ୍ତ ବିଭିନ୍ନ ଟ୍ରେନର ଲାଇନରେ ପରିବର୍ତ୍ତନ କରାଯାଇଥିଲା । ଆଉ କିଛି ଟ୍ରେନକୁ ବିଭିନ୍ନ ଷ୍ଟେସନରେ ଅଟକ ରଖାଯାଇଛି ।ବିସ୍ଫୋରଣରେ ରେଳଧାରଣା ଉଡ଼ାଇବା ପରେ ନକ୍ସଲମାନେ ସେଠାରେ ଏକ ଚିଠି ଛାଡି ଯାଇଛନ୍ତି | ଏଥିରେ  ଜାନୁଆରୀ ୨୧-୨୬ ପର୍ଯ୍ୟନ୍ତ ପ୍ରତିରୋଧ  ସଫଳ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି |ରେଳ ଲାଇନରେ ବିସ୍ଫୋରଣ ଘଟାଇବା ପରେ ନକ୍ସଲମାନେ ଧମକପୂର୍ଣ୍ଣ  ପୋଷ୍ଟର ମାରିଛନ୍ତି । ପୋଷ୍ଟରରେ ସେମାନେ ଏଥିରେ ବନ୍ଦ ପାଳନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଓ ଯବାନମାନେ ପାଟ୍ରୋଲିଂ ଜୋରଦାର କରିବା ସହ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: