କଳାହାଣ୍ଡି,୮ା୧: ଭବାନୀପାଟଣା ନିକଟରେ ଟ୍ୟାଙ୍କର ଚାପାରେ ୩ ବାଇକ୍ ଆରୋହୀ ମୃତ। NH-୨୬ର ପାଷ୍ଟିକୁଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ଥାନୀୟ ରକାବାହାଲି ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଛି। ବେଲାମାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କାରେ ୩ ବାଇକ୍ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ୩ ଜଣ ଯୁବକ କ୍ରିକେଟ୍ ଖେଳି ଫେରୁଥିବା ସମୟରେ ଆରପଟରୁ ଆସୁଥିବା ଏକ ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତିନି ଯୁବକ ଘଟଣା ସ୍ଥଳରେ ହିଁ ପ୍ରାଣ ତ୍ୟାଗ କରିଥିଲେ । ମୃତକମାନେ ଅକ୍ଷୟ ଗଉଡ଼, ଟୁଟୁ ଗଉଡ଼ ଓ ରଘୁନାଥ ଗଉଡ଼ ବୋଲି ସେମାନଙ୍କ ପରିଚୟ ମିଳିଛି।ଉତକେଲାରୁ କ୍ରିକେଟ ମ୍ୟାଚ ଖେଳି ଫେରୁଥିଲେ ୩ ସାଙ୍ଗ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ହେବାସହ ରାସ୍ତାରୋକ କରାଯାଇଛି।ସୂଚନା ଅନୁସାରେ ସେମାନେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେଲାମାଲ ରେଡିଓ ଷ୍ଟେସନ ନିକଟରେ ଆଜି ଅପରାହ୍ଣ ସାଢ଼େ ୪ଟା ସମୟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକମାନେ ହେଲେ ଭବାନୀପାଟଣା ଲାଲପୁଲିଆ ଛକ ରୁନିପାଲି ଗାଁର ବୋଲି ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଜଣେ ଯୁବକ ଟ୍ୟାଙ୍କର ଚକା ତଳେ ରହିଯାଇଥିବା ଖବର ମିଳିଛି । ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |