ଟ୍ୟୁସନ୍‌ ଯାଇ ନିଖୋଜ ଥିଲେ ଛାତ୍ର,୫ ଦିନ ପରେ ଉଦ୍ଧାର

ନୟାଗଡ  , ୧୯।୧୨ : ୫ଦିନ ପରେ ଉଦ୍ଧାର ହେଲେ ନୟାଗଡ଼ର ନିଖୋଜ ଛାତ୍ର ଅମ୍ରିତ୍‌। ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଖୋଜିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଥିଲା। ଶେଷରେ ତାଙ୍କୁ ଉଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  କୁରାଳ ସୁବୁଦ୍ଧିସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ନିଖୋଜ ଘଟଣାର ନୂଆମୋଡ। ଅମ୍ରିତଙ୍କୁ ପଡୋଶୀ ପଣ୍ଡିତ ସାହିର ଏକ ତାଲା ପକା ଘରୁ ସୋମବାର ଭୋର ସମୟରେ ଉଦ୍ଧାର କରାଯାଇଛି। ଭୋର ସମୟରେ ବାରି ପଟେ କିଛି ମହିଳାଙ୍କୁ ହାତ ଠାରି ଡାକିବା ପରେ ତାଙ୍କୁ ଗାଁ ଲୋକ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ଅମ୍ରିତଙ୍କୁ ଅପହରଣ କରି ଚାରିଦିନ ହେଲା ସେହି ଘରେ ରଖାଯାଇଥିବା ଜଣାପଡିଛି। ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ବ୍ୟକ୍ତି ହାତ ଗୋଡ଼ ବାନ୍ଧି ରଖିଥିଲେ। ପୋଲିସ ଉଦ୍ଧାର ଛାତ୍ରଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ଅମ୍ରିତ ଏବେ ସୁସ୍ଥ ଅଛନ୍ତି। ତେବେ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନିଆଯିବ। ଗତ ୧୫ ତାରିଖ ସାରେ କୁରାଳ ସୁବୁଦ୍ଧିସାହିର ଅମ୍ରିତ ପାତ୍ର (୧୨)ନାମକ ୭ମ ଶ୍ରେଣୀ ନାବାଳକ ଛାତ୍ର ବେଙ୍ଗେଇସାହିକୁ ଟ୍ୟୁସନ ଯାଇଥିଲେ। ସନ୍ଧ୍ୟା ସାଢେ ୭ଟାରେ ଘରକୁ ଫେରୁଥିଲେ। ଘର ପାଖାପାଖି ହୋଇଥିଲା। ପ୍ରାୟ ୫୦ ମିଟର ଯାଇଥିଲେ ଘର ପଡିଥାନ୍ତା। ହେଲେ ବାଉଁଶ ବୁଦା ମୂଳରୁ କୁଆଡେ ଉଭାନ ହୋଇଯାଇଥିଲେ। ଘରକୁ ନ ଫେରିବାରୁ ଖୋଜାଖୋଜି ଚାଲିଲା। ହେଲେ ଅମ୍ରିତଙ୍କର ପତ୍ତା ମିଳିଲାନି। ରାତି ପ୍ରାୟ ୧୨ଟାରେ ବାଉଁଶ ବୁଦା ମୂଳରୁ ଅମ୍ରିତଙ୍କର ସାଇକେଲ ମିଳିଥିଲା। ପୁଣି କିଛି ଲୋକ ବାଉଁଶ ବୂଦା ମୂଳରେ ଏକ ଭ୍ୟାନକୁ ଦେଖିବାକୁ ପାଇଥିଲେ। ଭ୍ୟାନଟି ଗାଁରେ ୩ରୁ ୪ଦିନ ହେଲା ପରିକ୍ରମା କରୁଥିଲା। ଏହି ଘଟଣାରେ ଅମ୍ରିତଙ୍କୁ ପୋଲିସ ତଦନ୍ତ କରୁଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: