ଟ୍ୱିଟର ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ ଏଲନ ମସ୍କ

ନୂଆଦିଲ୍ଲୀ ,୨୮।୧୦: ଟେସଲା ସିଇଓ ଇଲନ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ବଡ଼ ବଡ଼ ଅଧିକାରୀମାନଙ୍କୁ ଚାକିରିରୁ ବିଦା କରିଛନ୍ତି। ଟ୍ୱିଟର ସିଇଓ ପରାଗ ଅଗରୱାଲଙ୍କୁ ମଧ୍ୟ ଚାକିରିରୁ ବିଦା କରାଯାଇଥିବା ଖବର ସରବରାହ ସଂସ୍ଥା ଏଫପିରେ ଖବର ପ୍ରକାଶ ପାଇଛି। । ଶୁକ୍ରବାର ଟ୍ୱିଟର କିଣିବାର ପ୍ରକ୍ରିୟା ଶେଷ ହେବା ପରେ ମସ୍କ ବଡ଼ ବଡ଼ କର୍ମଚାରୀଙ୍କୁ ବିଦା କରିଛନ୍ତି। ଶୁକ୍ରବାର ଟେସଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏଲନ ମସ୍କ ଶେଷରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ୱିଟରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଅନ୍ୟ କେତେକ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଗୁରୁବାର ମସ୍କ ଟ୍ୱିଟରକୁ କିଣିବା ପାଇଁ ଡିଲ୍‌‌ ଫାଇନାଲ୍‌‌ ହୋଇଥିଲା। ଟ୍ୱିଟରକୁ ନିଜ ନିୟନ୍ତ୍ରଣରେ ନେବା ପରେ ସିଇଓ ପରାଗ ଅଗ୍ରୱାଲ,କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ,ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଟ୍ୱିଟର ସିଇଓ ପରାଗ ଅଗରୱାଲ, ବିଜୟ ଗଡ୍ଡେ, ଲିଗାଲ ପିଲିସି ଆଣ୍ଡ ଟ୍ରଷ୍ଟ ମୁଖ୍ୟ ଚିଫ୍ ଫାଇନାନ୍ସିଆଲ ଅଫିସର ନିଡ୍ ସେଗାଲଙ୍କ ଭଳି ବଡ଼ ବଡ଼ ଅଧିକାରୀଙ୍କୁ କମ୍ପାନୀରୁ ବାହାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଟ୍ୱିଟର ସିଇଓ ପରାଗ ଅଗରୱାଲ, ବିଜୟ ଗଡ୍ଡେ, ଲିଗାଲ ପିଲିସି ଆଣ୍ଡ ଟ୍ରଷ୍ଟ ମୁଖ୍ୟ ଚିଫ୍ ଫାଇନାନ୍ସିଆଲ ଅଫିସର ନିଡ୍ ସେଗାଲଙ୍କ ଭଳି ବଡ଼ ବଡ଼ ଅଧିକାରୀଙ୍କୁ କମ୍ପାନୀରୁ ବାହାର କରାଯାଇଛି।ଏମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମସ୍କ। ଏମାନେ ତାଙ୍କ ମସ୍କଙ୍କ ନାଁରେ ଓ ଟ୍ୱିଟର ନିବେଶକାରୀଙ୍କ ନାଁରେ ଏକାଧିକ ଫେକ୍ ଆକାଉଣ୍ଟ କାଢ଼ି ଭୁଆଁ ବୁଲାଇଛନ୍ତି। ଏଥିପାଇଁ ସେମାନଙ୍କୁ ଚାକିରି ବରଖାସ୍ତ କରାଯାଇଥିବା ସୂଚନା ମିଳିଛି। ଗୁରୁବାର ଟ୍ୱିଟର କିଣିବା ପରେ ମସ୍କ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମୁଁ ମଣିଷପଣିଆକୁ ଭଲପାଏ। ଏହାକୁ ସମର୍ଥନ କରିବା ପାଇଁ ଟ୍ୱିଟର କିଣିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: