ଠାକୁରଙ୍କ ଚାପଖେଳ ବେଳେ ବୁଡ଼ିଲା ଡଙ୍ଗା

ନୟାଗଡ଼, ୨୪/୦୫ : ନୟାଗଡ଼ ଶରଣକୂଳ ଲଡ଼ୁବାବାଙ୍କ ପୀଠରେ ଚାପ ଖେଳୁଥିବା ସମୟରେ ଅଘଟଣ । ପୋଖରୀରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ ।  ଚନ୍ଦନଯାତ୍ରା ପାଇଁ ଲଡ଼ୁବାବାଙ୍କ ଚନ୍ଦନପୋଖରୀରେ ଗତ ୨୧ ଦିନ ହେବ ଠାକୁରଙ୍କ ଚାପଖେଳ ଚାଲିଥିଲା । ସୋମବାର ଭଉଁରୀ ଥିବାରୁ ଲଡୁବାବାଙ୍କ ଚଳନ୍ତି ପ୍ରତିମାକୁ ନେଇ ସେବାୟତମାନେ ବିଳମ୍ବିତ ରାତିରେ ନିକଟସ୍ଥ ପୋଖରୀରେ ସୁସଜ୍ଜିତ ଡଙ୍ଗାରେ ଚାପ ଖେଳୁଥିଲେ । ତେବେ ଚାପ ଖେଳୁଥିବା ସମୟରେ ଡଙ୍ଗାଟି ରାତି ପ୍ରାୟ ୧୨ଟା ସମୟରେ ହଠାତ୍ ପାଣିରେ ବୁଡିଯାଇଥିଲା । ଡଙ୍ଗାରେ ଅତ୍ୟଧିକ ଲୋକ ରହିଥିବାରୁ ଏଭଳି ଅଘଟଣ ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଡଙ୍ଗାଟି କୂଳ ନିକଟରେ ବୁଡିଥିବାରୁ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: