ରାଉରକେଲା:୧୩/୧୧: ଆଜି ସକାଳ ପ୍ରାୟ ସାଢେ ଛଅଟାରେ ଝିରପାଣିର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। କିଛି ଅସାମାଜିକ ଯୁବକ ମୋଟରବାଇକରେ ଆସି ଝିରପାଣି ଝରିଆକୋଚାରେ ଠିକାଦାରଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ।ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଝରିଆଟୋଳା ଠାରେ ଆଜି ସକାଳ ସାଡେ ୬ଟା ସମୟରେ ଘଟିଛି ଗୁଳିକାଣ୍ଡ । ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଠିକାଦାର ବାଞ୍ଛାନିଧି ତନ୍ତୀ(୪୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତି କରାଯାଇଛି । ବାଞ୍ଛାନିଧି ସକାଳେ ଶୌଚ ହେବା ପାଇଁ କୋଏଲ ନଦୀ କୂଳକୁ ଯାଉଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଗୁଳିମାଡ଼ । ତାଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆଉ ଗୋଟିଏ ଅଫୁଟା ଗୁଲିକୁ ପୁଲିସ ଜବତ କରିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |