ରାୟଗଡା ୨୨।୧: ଠିକା କମ୍ପାନୀ କ୍ୟାମ୍ପରେ ମାଓବାଦୀ ଆକ୍ରମଣ|ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ମାଓବାଦୀ ଲଙ୍କାକାଣ୍ଡ ଘଟାଇଛନ୍ତି । ବୁଡାଗୁଡା ଗ୍ରାମରେ ଥିବା SVSMC ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ମାଓବାଦୀ ଆକ୍ରମଣ କରିଛନ୍ତି । ରାସ୍ତା ନିର୍ମାଣ ନିମନ୍ତେ ରହିଥିବା ଗୋଟିଏ ଟ୍ରଲି ଓ ଟ୍ରକ୍ ସମେତ ଅନ୍ୟ ସାମଗ୍ରୀ ମାଓବାଦୀ ପୋଡ଼ି ଦେଇଥିବା ସୂଚନା ମିଳିଛି ।ଏଥିସହ କ୍ୟାମ୍ପ ଗେଟ୍ ଠାରେ ଏକ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମଧ୍ୟ ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ସିପିଆଇ (ମାଓବାଦୀ) ଉଲ୍ଲେଖ ରହିଛି । ଶୁକ୍ରବାର ରାତିରେ ପ୍ରାୟ ୨୦ଜଣ ମାଓବାଦୀ କ୍ୟାମ୍ପ ଆସି ଏହି ଲଙ୍କାକାଣ୍ଡ ଭିଆଇଥିବା ସୂଚନା ମିଳିଛି । ଶନିବାର ସକାଳୁ ଏହି ଘଟଣା ଲୋକଲୋଚନକୁ ଆସିଛି । ତେବେ ଖବର ଲେଖାହେବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |