ଡଙ୍ଗରିଆ ଆଦିବାସୀଙ୍କୁ ସଚେତନ କଲେ ଟୀକା ଦେଲେ ପ୍ରଶାସନ

ମୁନିଗୁଡା,୭/୬(ନନ୍ଦ କିଶୋର ପଟ୍ଟନାୟକ):କରୋନାର ଦ୍ଵିତୀୟ ଲୋହରୀରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ଏହା ସହରରୁ ଆରମ୍ଭ କରି ଏବେ ଗ୍ରାମାଞ୍ଚଳ ଓ ନିୟମଗିରି ଅଞ୍ଚଳରେ ମଧ୍ୟ ତାର କାୟା ବିସ୍ତାର କରିଚାଲିଛି l ଏହାକୁ ଆଖି ଆଗରେ ରଖି କିପରୀ ସମସ୍ତଙ୍କୁ ସୁରକ୍ଷା କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ତପ୍ତର ହୋଇ ଉଠିଥିବା ବେଳେ ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ଗ୍ରାମ ପଞ୍ଚାୟତ ତଥା ନିୟମଗିରି ଅଞ୍ଚଳର ସକଟା ନିକଟସ୍ଥ ନିୟୁହୋପ ଫାର୍ମ ହାଉସ ପରିସରରେ ମୁନିଗୁଡା ବିଡ଼ିଓ ଦିଲ୍ଲୀପ କୁମାର ବେହେରା ଓ ମେଡିକାଲ ଅଫିସର ଡାକ୍ତର ସଞ୍ଜୟ କୁମାରଙ୍କ ମିଳିତ ସଂଯୋଜନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ଅତିଥିଭାବେ ପିଏ.ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଡିକେଡ଼ିଏ ସ୍ୱତନ୍ତ୍ର ଅଧିକାରୀ ମୋଦନ ମୋହନ ଦଳବେହେରା,ଡିକେଡ଼ିଏ ସଂସ୍ଥା ଓପିଲିପିର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ,ପୂର୍ବତନ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉର୍ଣ୍ଣୟନ ଅଧକ୍ଷ ଜଗନ୍ନାଥ ନୁନ୍ଦ୍ରୁକା,ପୂର୍ବତନ ଜିଲ୍ଲା ପରିଷଦ ଉପାଦକ୍ଷା ଶକୁନ୍ତଳା ନୁନ୍ଦ୍ରୁକା, ସିଡିପିଓ ସୁନିଲପ୍ରଭା ରଥ,ମୁନିଖୋଲ ସରପଞ୍ଚ ବିନୋତୀ କାଡ୍ରାକା ପ୍ରମୁଖ ଉପସ୍ଥିତ ରହି ନିୟମଗିରି ଅଞ୍ଚଳର ସକଟା,କାଟଗଡା, କୁଲେରିପେଟା, ଗୋଲଗଲା,ସୋଲପଝଲା,ଡେଙ୍ଗୁଣୀ, ଅଡପଙ୍ଗା, ଗୁଞ୍ଜାପାଇ, ଗରଟା, ଅମ୍ବାଧୁନୀ,ସଟାଙ୍ଗୁଣୀ ଆଦି ଗ୍ରାମର ଡଙ୍ଗରିଆ ଅସୀବାସୀ ମାନଙ୍କୁ କରୋନା ଉପରେ ସଚେତନତା କରିବା ସହ ଏହାକୁ କିପରୀ ମୁକାବିଲା କରାଯାଇ ପାରିବ ଏବଂ ସବୁବେଳେ ମାସ୍କ ବ୍ୟବହାର କରିବା,ସାମାଜିକ ଦୂରତା ରକ୍ଷା କରିବା,ବାରମ୍ବାର ହାତ ଧୋଇବା ଭଳି ବିଭିନ୍ନ କରୋନା ସମ୍ବନ୍ଧୀୟ ଉପରେ ସ୍ୱତନ୍ତ୍ର ଭାବେ କୁଇ ଭାଷାରେ ସଚେତନତା କରାଯିବ ସହ ଏହି କୋରାନରୁ ରକ୍ଷା ପାଇବା ପାଇଁ ଟୀକା ଗ୍ରହଣ କରିବା ନିହାତୀ ଜରୁରୀ ବୋଲି ବୁଝାଇବା ସହ ୬୧ ଜଣ ଡଙ୍ଗରିଆ ଆଦିବାସୀ ମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା l ପରେ ସମସ୍ତ ଏଏନଏମ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟ କର୍ମୀ, ଆଇସିଡିଏସ ସୁପରଭାଇଜର, ସିଆରପିଙ୍କ ସମେତ ଅନ୍ୟ ମାନଙ୍କୁ ନେଇ ଏକ ପ୍ଳାନିଙ୍ଗ ବୈଠକ କରାଯାଇ ଆସନ୍ତା ବୁଧୁବାର ଦିନ ପୁଣି ଏହି ସ୍ଥାନରେ ଟୀକା କୋରଣ କାର୍ଯ୍ୟକ୍ରମ କରାଯିବ ବୋଲି ମୁନିଗୁଡା ମେଡିକାଲର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ଗମାଙ୍ଗ ସୂଚନା ଦେଇଛନ୍ତି l ଉକ୍ତ ସଚେତନତା ଓ ଟୀକା କୋରଣ କାର୍ଯ୍ୟକ୍ରମକୁ ଡାକ୍ତର ସନ୍ତୋଷ ସାହୁ,ସ୍ୱାସ୍ଥ୍ୟ କର୍ମୀ ରଞ୍ଜନ ପଣ୍ଡା,କୁନି ସାସମାଲ,ଆଶା ଦିଦି ପଦ୍ମା ସାହୁ, ପଞ୍ଚାୟତ ପିଇଓ ନିରଞ୍ଜନ ବେହେରା,ଜିଆରଏସ ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଛନ୍ତି l

WhatsApp Image 2021 06 07 at 2.14.47 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: