ଡଙ୍ଗା ବୁଡ଼ିରେ ମୃତକଙ୍କ ପରିବାରକୁ ବିଜେଡି ଦଳ ପକ୍ଷରୁ ସହାୟତା ପ୍ରଦାନ

ମାଲକାନଗିରି, ୨୮/୦୫( ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତର କନ୍ଧଗୁଡ଼ା ନଦୀ ଘାଟରେ ହୋଇଥିବା ଡଙ୍ଗା ବୁଡି ଘଟଣାରେ ମୃତକଙ୍କ ପରିବାରକୁ ଦଶାହ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ଜିଲ୍ଲା ବିଜେଡି କମିଟି ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଡଙ୍ଗା ବୁଡି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ଥିଲା। ଆଠ ଜଣ ଦାଦନ ଶ୍ରମିକ ପ୍ରାଣ ହରାଇବା ଘଟଣାରେ ଚିତ୍ରକୋଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେ ସମୟରେ ଚିତ୍ରକୋଣ୍ଡା ବିଧାୟକ ଉପସ୍ଥିତ ରହି ମୃତକଙ୍କୁ ଖୋଜିବା କାର୍ଯ୍ୟରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥିଲେ। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ସହାୟତା ପ୍ରଦାନ କରିବାକୁ ଅନୁରୋଧ ଚିଠି ମାଧ୍ୟମରେ କରିଥିଲେ।

ଆଜି ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ବ ରେ ସ୍ୱତନ୍ତ୍ର ବିକାଶ ପରିଷଦ ଚେୟାର ପର୍ସନ ଏବଂ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, କିଛି ଦଳୀୟ କର୍ମକର୍ତ୍ତାଙ୍କ ସହ ଗ୍ରାମରେ ପହଞ୍ଚି ଶୁଦ୍ଧିକ୍ରିୟା ପାଇଁ ପ୍ରତ୍ୟେକ ପରିବାରକୁ ପଚାଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।

ବିଜେଡି ଦଳ ର ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି। ବିଜେଡି ଦଳର ସ୍ଥାନୀୟ କର୍ମକର୍ତ୍ତା ଦଇବଦୁର୍ବିପାକ ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ସରକାରୀ ସ୍ଥରରୁ ମିଳିବାକୁ ଥିବା ଚାରି ଲକ୍ଷ ଟଙ୍କା କିପରି ଅତିଶୀଘ୍ର ପାଇବେ, ସେଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: