ଡବଲ ମର୍ଡର ମାମଲା,ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ

ଝାରସୁଗୁଡ଼ା,୩/୧୧ :  ମା-ଝିଅ ହତ୍ୟାକାଣ୍ଡ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି। ୨୦୧୬ ମସିହାରେ ମା’ ଓ ଝିଅଙ୍କ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।   ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ଗତ ଏପ୍ରିଲରେ ଆଜୀବନ ଜେଲ୍ ଦେଇଥିଲେ ରାଇଗଡ଼ ସେସନ୍ସ କୋର୍ଟ । ୨୦୧୬ ମସିହା ମେ’ରେ ମାଆ ଏବଂ ଝିଅଙ୍କୁ ହତ୍ୟା କରାଯାଇଥିଲା । କଳ୍ପନା ଦାସ ଏବଂ ତାଙ୍କ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା ଛତିଶଗଡ଼ ରାଇଗଡ଼ ଜିଲ୍ଲା ହମିରପୁରରୁ ଉଭୟଙ୍କ ମୃତଦେହ ମିଳିଥିଲା । ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗିରଫ ହୋଇଥିଲେ । ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ । ୨୦୨୦ ମସିହା ଫେବୃଆରୀ ୧୩ରେ ଛତିଶଗଡ଼ର ରାଇଗଡ଼ ପୋଲିସ୍‌ ଅନୁପ ସାଏଙ୍କୁ ଗିରଫ କରିଥିଲା |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: