ଡ଼ ଉତ୍ତମ ମଲ୍ଲିକଙ୍କ ଦ୍ୱାରା ରକ୍ତଦାନ ଶିବିର, ବୃକ୍ଷ ରୋପଣ ଏବଂ ମାସ୍କ ବଣ୍ଟନ

ମାଲକାନଗିରି,୧୬/୦୬( ଶ୍ରୀନିବାସ ପଣ୍ଡା/ଭିକି ବାରିକ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଆଜି ଡ଼ ଉତ୍ତମ ମଲ୍ଲିକଙ୍କଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଉତ୍ତମ ବାୟୋ କ୍ଲିନ୍ ଫୁଲ ଏଣ୍ଡ ଏନର୍ଜୀ ପ୍ରାଇଭେଟ ଲିମିଟେଡ ପକ୍ଷରୁ ରକ୍ତ ଦାନ ଶିବିର ସହ ବୃକ୍ଷ ରୋପଣ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ତଥା ଏସ ଡି ସି ଚେୟାର ପର୍ଶନ ମାନସ ମାଡକାମୀଙ୍କ ସହ କାଲିମେଳା ବିଡିଓ ଉମାଶଙ୍କର ଦଳାଇ ଏବଂ ଡ଼ ପ୍ରସନଜୀତ ରାୟ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଲୁଗେଲ ପଞ୍ଚାୟତର ସରପଞ୍ଚ ଏବଂ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ। ସ୍ଥାନୀୟ ଯୁବକମାନେ ସ୍ବେଚ୍ଛାକୃତ ଭାବେ ୨୧ ୟୁନିଟ୍ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମର ଆବାହକ ଉତ୍ତମ ମଲ୍ଲିକ ସମସ୍ତ ସ୍ବେଛାସେବୀ ଓ ସ୍ଵେଚ୍ଛାକୃତ ଭାବରେ ରକ୍ତ ଦେଇଥିବା ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ପ୍ରକାଶ କରୁକି ଡ଼ ଉତ୍ତମ ମଲ୍ଲିକ ମାଲକାନଗିରି ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ଉତ୍ତମ ପିଲାଦିନରୁ ମା ଛେଉଣ୍ଡ। ଅସହାୟ ବାପା, ଉତ୍ତମଙ୍କର କିଶୋର ଅବସ୍ଥାରେ ଆରପାରିକୁ ଚାଲିଯିବା ଅତ୍ୟନ୍ତ ଦୁଃଖଦ ଘଟଣା ଥିଲା। କିନ୍ତୁ ଜୀବନ ଯୁଦ୍ଧରେ ଜିତିବାର ପ୍ରଚେଷ୍ଟାହିଁ ଉତ୍ତମଙ୍କୁ ଆଜି ସମାଜରେ ଜଣେ ଜଣାଶୁଣା ବ୍ୟକ୍ତିର ପରିଚୟ ଦେଇଛି। ଅନେକ କଷ୍ଟ କରି ଜଣେ ପ୍ରବାସୀ ଶ୍ରମିକରୁ ସେ ଆଜି ହେଇ ପାରିଛନ୍ତି ଉତ୍ତମ ବାୟୋ କ୍ଲିନ ଏଣ୍ଡ ଏନର୍ଜୀ ପ୍ରାଇଭେଟ ଲିମିଟେଡ଼ ର ସଂସ୍ଥାପକ। ଭୁଲି ନାହାନ୍ତି ଦାରିଦ୍ର୍ୟତାର ଅନୁଭୂତି। ସେଥିପାଇଁ ନିଜ କଷ୍ଟ ଉପାର୍ଜିତ ଧନରୁ ସିଙ୍ଘ ଭାଗ, ଅର୍ଥାତ ପଚାଶ ପ୍ରତିଶତ ଜନ କଲ୍ୟାଣ ଦିଗରେ ବ୍ୟୟ କରୁଛନ୍ତି। ମାଲକାନଗିରି ଜିଲ୍ଲାର ନଳକୂପ ପାଣି ଅତ୍ୟନ୍ତ ଦୂଷିତ ହେଇଥିବାରୁ ଅନେକ ଲୋକ କିଡ୍ନୀ ଜନିତ ରୋଗରେ ପ୍ରାଣ ହରାଉଛନ୍ତି। ଏସବୁର ନିରାକରଣ ପାଇଁ ଡ଼ ମଲ୍ଲିକ ନିଜସ୍ୱ ଉଦ୍ୟମରେ ବାରୋଟି ଗ୍ରାମରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଆର ଓ ମେସିନ ବସାଇଛନ୍ତି। ପ୍ରତ୍ୟେକ ପ୍ରକଳ୍ପ ପାଇଁ ସର୍ବନିମ୍ନ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି। ଆଦିବାସୀ ହରିଜନ ପିଲା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଗୋଟିଏ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିଛନ୍ତି। ଗତ ବର୍ଷ ଗରିବ ଅସହାୟ ଲୋକଙ୍କ ଆଖି ପରୀକ୍ଷା ସହିତ ଜଟିଳ ଅପରେସନ କରାଇ ଉଚ୍ଚ ପ୍ରଶଂସିତ ହେଇଥିଲେ। ସେଥିପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚକରି ସୁଦୂର ହାଇଦ୍ରାବାଦରୁ ଅଭିଜ୍ଞ ଆଖି ଡାକ୍ତରଙ୍କୁ ଆଣିବାକୁ ପଡିଥିଲା। ଡ଼ ଉତ୍ତମ ମଲ୍ଲିକଙ୍କ ସମାଜ ପାଇଁ ଉଚ୍ଚର୍ଗୀକୃତ କାର୍ଯ୍ୟ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ରରୁ ମଧ୍ୟ ଅନେକ ମାନପତ୍ର ପାଇଛନ୍ତି।

WhatsApp Image 2021 06 15 at 9.47.29 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: