ଡାଃ ହରିଭାଇ ଆର୍ଯ୍ୟନଙ୍କୁ ଅନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସା ସଂଗଠନର ସଂଯୋଯକ ଦାୟିତ୍ଵ

ମୁନିଗୁଡା,୧୬/୬ (ନନ୍ଦ କିଶୋର ପଟ୍ଟନାୟକ):ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତଥା କେନ୍ଦ୍ର ନିଷ୍ପତ୍ତି କ୍ରମେ ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଜଣା ଶୁଣା ଯୋଗ ଗୁରୁ ତଥା ଜଣେ ସମାଜସେବୀ ଭାବେ ବେଶ ପରିଚିତ ଡାଃ ହରିଭାଇ ଆର୍ଯ୍ୟନଙ୍କୁ ଚଳିତ ବର୍ଷ ଅନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସା ସଂଗଠନର ରାଜ୍ଯ ସଂଯୋଯକ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାପଡିଛି l ଚଳିତ ବର୍ଷ ଜୁନ 21 ତାରିଖରେ ହେବାକୁ ଥିବା ବିଶ୍ୱ ଯୋଗ ଦିବସକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ୱେବ ସେମିନାର ବା ଅନଲାଇନରେ କରାଯିବ ଏବଂ ଯୋଗ ଦିବସ ଉପଲକ୍ଷେ ସାର୍ବଜନିକ ଭାବେ ସୂର୍ଯ୍ୟ ନମସ୍କାର୍ ଓ ଭ୍ରାମରୀ ପ୍ରାଣାୟାମ ର ପ୍ରତିଯୋଗୀତା ରଖାଯାଇଛି ଯାହା ଗୁଗଲ ଜରିଆରେ ହେବ ବୋଲି ନୂତନ ଭାବେ ଅନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସା ସଂଗଠନର ରାଜ୍ୟ ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଯୋଗ ଗୁରୁ ତଥା ସମାଜସେବୀ ଡାଃ ହରିଭାଇ ଆର୍ଯ୍ୟନ ପ୍ରକାଶ କରିଛନ୍ତି l ହରି ଭାଇଙ୍କୁ ଏହି ଦାୟିତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ମୋହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l

WhatsApp Image 2021 06 16 at 12.11.50 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: