ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଆଶା ଓ ଗାଁକଲ୍ୟାଣ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

 

ବ୍ରହ୍ମପୁର(ମନୋଜ କୁମାର ପାତ୍ର),୨୮/୩  : ସାମ୍ପ୍ରତିକ ସମୟରେ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଗୋଷ୍ଟୀର ସହଭଗୀତା ନିତ୍ୟାନ୍ତ ଜରୁରୀ ବୋଲି ବହୁ ବ୍ୟକ୍ତା ମତ ରଖି ଥିଲେ । ଆଜି ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଆୟୋଜିତ ଆଶା ଓ ଗାଁକଲ୍ୟାଣ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅଥିତି ମାନଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକର ଜୟପୁର ପଞ୍ଚାୟତ, ବେଲଗୁଣ୍ଠା ବ୍ଲକର ଆମ୍ବପୁଆ, ପୋଲସରା ବ୍ଲକର ଜକର, ପୁରୁଷୋତ୍ତମପୁର ବ୍ଲକର ଷୋଳଘର ଓ ସୋରଡ଼ା ବ୍ଲକର ସରାବାଡ଼ି ଗ୍ରାମ ପଞ୍ଚାୟତକୁ ମିଶି ମୋଟ ୬ଗୋଟି ପାଞ୍ଚୟତକୁ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ରୂପେ ପୁରସ୍କୁତ କରାଯାଇଥିଲା । ସେଭଳି ୨୨ ଜଣ ଆଶା କର୍ମୀ ତଥା ଆସ୍କା ବ୍ଲକର ବନିତା ପ୍ରଧାନ, ବେଗୁନିଆପଡା ବ୍ଲକର ସୁକାନ୍ତି ଶବର, ଛତ୍ରପୁର ବ୍ଲକର ଏସ. ମହାଲକ୍ଷ୍ମୀ, ବେଲଗୁଣ୍ଠା ବ୍ଲକର ବିଳାସିନୀ ଗୁରୁ, ପୁରୁଷୋତ୍ତମପୁର ବ୍ଲକର ଭାଗ୍ୟଲତା ସେଠି, ସୋରଡ଼ା ବ୍ଲକର ସନ୍ତୋଷିନୀ ବେହେରା, ରଙ୍ଗେଈଲୁଣ୍ଡା ବ୍ଲକର ମମତା ମହାନ୍ତି, କୁକୁଡାଖଣ୍ଡି ବ୍ଲକର ରୁନୁ ପଣ୍ଡା, ଗଞ୍ଜାମ ବ୍ଲକର ଶିବପ୍ରିୟା ନାୟକ, ବୁଗୁଡ଼ା ବ୍ଲକର ସଫଳା ପାତ୍ର, ଖଲ୍ଲିକୋଟ ବ୍ଲକର ପାର୍ବତୀ ତରାଇ, ଭଞ୍ଜନଗର ବ୍ଲକର ବାସନ୍ତି ପାତ୍ର, ହିଞ୍ଜିଳି ବ୍ଲକର ଲକ୍ଷ୍ମୀ ସାହୁ, କବିସୂର୍ଯ୍ୟନଗର ବ୍ଲକର ମଞ୍ଜୁଲତା ବେହେରା, ଧରାକୋଟ ବ୍ଲକର ରୀନା ସ୍ୱାଇଁ, ଶେରଗଡ଼ ବ୍ଲକର ସବିତା ପାଢ଼ୀ, ପୋଲସରା ବ୍ଲକର ଲଷ୍ମୀ ଦଳାଇ, ଚିକିଟି ବ୍ଲକର ଜୟଲଷ୍ମୀ ଓ ସାନଖେମୁଣ୍ଡି ବ୍ଲକର ରଶ୍ମିତା ଜେନା ସମେତ ମୋଟ ୨୨ ଜଣ ଆଶା କର୍ମୀଙ୍କୁ ଶ୍ରେଷ୍ଠ ଆଶା ରୂପେ ସଂମାନ୍ନୀତ କରାଯାଇଥିଲା । ସେଭଳି ଗଞ୍ଜାମ ଜିଲ୍ଲାର ୨୨ ଗୋଟି ଗାଁ କଲ୍ୟାଣ ସମିତି କୁ ମଧ୍ୟଶ୍ରେଷ୍ଠ ରୂପେ ସାନମ୍ମାନିତ କରାଯାଇଥିଲା । ଏହି ଅବସରରେ ଆଶା ମାନଙ୍କ ପାଇଁ ସୁନ୍ଦର ଏକ ଭିଡିଓ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହାଭାଗିତା ର ଏକ ଭିଡିଓ ପ୍ରଦଶିତ କରା ଯାଇଥିଲା । ଏଥି ସହିତ ଆଶା ମାନଙ୍କୁ କୁଇଜ ପଚାରି ପୁରସ୍କୁତ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: