ଡାକ୍ତରଙ୍କ ବଦଳି ପ୍ରତ୍ୟାହାର ନିମନ୍ତେ ସିଡ଼ିଏମଓ ଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ-୦୭/୦୬(ମନୋଜ କୁମାର ପାତ୍ର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ଗ୍ରାମରେ ଥିବା ସରକାରୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଇପ୍ସିତା ମିଶ୍ରଙ୍କୁ ଅନ୍ୟତ୍ର ବଦଳି ନକରିବା ନିମନ୍ତେ ସୋମବାର ଦିନ ଗୌତମି ଗ୍ରାମବାସୀଙ୍କ ତରଫରୁ ସିଡ଼ିଏମଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ, ଗୌତମି ଗ୍ରାମର ସ୍ୱାସ୍ତ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ଇପ୍ସିତା ମିଶ୍ରଙ୍କୁ ଅନ୍ୟତ୍ରୀ ବଦଳି ହେବା ନୋଟିସ୍ ମିଳିବା ପରେ ଗୌତମି ଗ୍ରାମବାସୀ ତଥା ଉକ୍ତ ସ୍ୱାସ୍ତ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଅନ୍ୟ ଗ୍ରାମବାସୀ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି। ଡାକ୍ତର ଇପ୍ସିତା ମିଶ୍ର କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅଞ୍ଚଳବାସୀଙ୍କ ସେବାରେ ସମ୍ପୂର୍ଣ୍ଣ ଯୋଗଦାନ କରିଥିଲେ ଏବଂ ଡାକ୍ତର ମିଶ୍ର ଜଣେ ଉତ୍ତମ କର୍ତବ୍ୟନିଷ୍ଠ ହେବା ସହ ବନ୍ଧୁତ୍ବପୂର୍ଣ ବ୍ୟବହାର କରି ରୋଗୀସେବା କରୁଥିବା ବେଳେ ମେଡିକାଲ କ୍ଵାଟରରେ ରହୁଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ୨୪ ଘଣ୍ଟିଆ ରୋଗୀଙ୍କୁ ସେବା ପ୍ରଦାନ କରୁଛନ୍ତି। କରୋନା ମହାମାରୀ ସମୟରେ ପଞ୍ଚାୟତର ପ୍ରତେକ ଗ୍ରାମକୁ ଗ୍ରାମ ବୁଲି କରୋନା ପଜିଟିଭ ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ପ୍ରଦାନ କରି ରୋଗୀଙ୍କ ସ୍ଵାସ୍ଥ୍ୟ ବିଷୟରେ ପଚାରି ବୁଝୁଥିଲେ। ଏହା ସହିତ ଟୀକାକରଣ ପ୍ରକ୍ରିୟାରେ ଯେଭଳି ଗ୍ରାମବାସୀଙ୍କୁ ସୁଵିଧାରେ ଟିକା ମିଳିପାରିବ ସେ ନେଇ ପ୍ରୟାସ ଜାରି ରଖିଥିଲେ। ଏହିଭଳି ଜଣେ କର୍ତବ୍ୟନିଷ୍ଠ ଡାକ୍ତରଙ୍କୁ ଅନ୍ୟ କୌଣସି ସ୍ଥାନକୁ ବଦଳି କରାଯାଇଥିବାରୁ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ସହ ଜିଲ୍ଲା ସ୍ୱାସ୍ତ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗୌତମି ଗ୍ରାମର ଯୁବ ସରପଞ୍ଚ ଶ୍ରୀ ସୁଶାନ୍ତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଯୁବ ନେତା ଦେବାଶିଷ ମହାନ୍ତି , ଗୌତମି ଗ୍ରାମ୍ୟ କମିଟି ସଭାପତି ନୀଳକଣ୍ଠ ସ୍ୱାଇଁ , ସମ୍ପାଦକ ଶିବିରାମ ରଣା ପ୍ରମୁଖ ଜିଲ୍ଲା ସ୍ୱାସ୍ତ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଡାକ୍ତର ଇପ୍ସିତା ମିଶ୍ରଙ୍କୁ ଅନ୍ୟ କୌଣସି ସ୍ଥାନକୁ ବଦଳି ନକରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଡାକ୍ତରଙ୍କ ବଦଳିଙ୍କୁ ତୁରନ୍ତ ପ୍ରତ୍ୟାହାର କରାନଯାଏ ତେବେ ଆସନ୍ତା ଦିନରେ ସ୍ଥାନୀୟ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ସ୍ୱାଇଁ ଚେତାବନୀ ଦେଇଛନ୍ତି।

WhatsApp Image 2021 06 07 at 4.24.01 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: