ଡାକ୍ତର ଦେବାଶିଷଙ୍କୁ ଝୁରୁଛି କୁକୁଡ଼ାଖଣ୍ଡି

ଗଞ୍ଜାମ,୨୧/୯(ମନୋଜ କୁମାର ପାତ୍ର): କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ବର୍ଷ ପୂର୍ବେ କାର୍ଯ୍ୟରତ ଥିବା ଆୟୁଷ ଡାକ୍ତର ଦେବାଶିଷ ପାତ୍ର (୩୫)ଙ୍କ କରୋନା ସଂକ୍ରମଣରେ ଅକାଳ ମୃତ୍ୟୁ ବରଣ କରିଛନ୍ତି।ଗତ ୧୦ ଦିନ ଧରି ସେ ଭୁବନେଶ୍ୱର ସ୍ଥିତ କୀମସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହଟାତ ମୃତ୍ୟୁ ବରଣ କରିଥିଲେ ।ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଡାକ୍ତର ଭାବରେ ପରିଚିତ ଥିଲେ। ତାଙ୍କର ଏକମାତ୍ର ଛୋଟ ଝିଅ ଓ ଧର୍ମ ପତ୍ନୀ ଅଛନ୍ତି।

WhatsApp Image 2020 09 21 at 8.29.06 PM

ତାଙ୍କର ବାପା ଓ ଭାଇ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ କିମ୍ସ ହସ୍ପିଟାଲରେ ହିଁ ଚିକିତ୍ସିତ ହେଉଛନ୍ତି। ଶ୍ରୀ ପାତ୍ରଙ୍କ ବିୟୋଗରେ ଆୟୁଷ ଡାକ୍ତର ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳଯାଇଛି । ସେ ପଢୁଥିବା କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ କଲେଜର ସମସ୍ତ ପୁରାତନ ଛାତ୍ରଛାତ୍ରୀ ତାଙ୍କର ମୃତ୍ୟୁ ଖବରରେ ମର୍ମାହତ ହୋଇପଡିଛନ୍ତି । ତୁରନ୍ତ ତାଙ୍କୁ କଭୋଡ ନିୟମ ଅନୁସାରେ ସମସ୍ତ ଆର୍ଥିକ ସହାୟତା ଯୋଗାଇବାକୁ ଏବଂ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଆୟୂଷ୍ ଡାକ୍ତର ମାନଙ୍କୁ ତୁରନ୍ତ ନିୟମିତ କରିବା ପାଇଁ ସାଧାରଣରେ ଦାବୀ ହେଉଛି । କାରଣ ରାଜ୍ୟରେ ଏହି କଠିନ ସମୟରେ ସମସ୍ତ ଡାକ୍ତରଖାନା ମାନଙ୍କରେ ଆୟୁଷ ଡାକ୍ତର ମାନେ ନିଜ ଜୀବନକୁ ଉତ୍ସର୍ଗ କରି ଆଗ ଧାଡ଼ିର ଯୋଦ୍ଧା ଭାବରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଆୟୁଷ ଡାକ୍ତର ମାନଙ୍କ ପରିଶ୍ରମ ଅଧିକ ହେଉଥିବା ବେଳେ ସେମାନେ ଙ୍କ ସମାନ କାମକୁ ସମାନ ଦରମା ପାଉନାହାଁନ୍ତି କି ସାମାଜିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ତେଣୁ ସରକାର ସେମାନଙ୍କୁ ସ୍ଥାୟୀ କରିବା ସହ ସାମାଜିକ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ନହେଲେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତର ମାନଙ୍କର ମନୋବଳ ଭାଙ୍ଗିଯିବାର ଭୟ ରହିଛି।ଶ୍ରୀ ପାତ୍ରଙ୍କ ବିୟୋଗରେ କୁକୁଡ଼ାଖଣ୍ଡି ମେଡିକାଲ ଅଞ୍ଚଳରେ ଥିବା ସମସ୍ତ ଜନସାଧାରଣ ତାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା ସହ ସ୍ମୃତି ଚାରଣ କରିଥିଲେ। ଏହି ଶୋକ ସଭାରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର, ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ଚୌଧୁରୀ, ମେଡ଼ିକାଲ ଇନଚାର୍ଜ ଡାକ୍ତର ରାମଚନ୍ଦ୍ର ମହାପାତ୍ର ,ଡ଼ଃ.ପ୍ରିୟତସ ଦାସ, ଡକ୍ଟର ସୁଦ୍ଧାଶ୍ରୀ , ଡକ୍ଟର ସ୍ୱୟଂପ୍ରଭା, ଫାର୍ମାସିଷ୍ଟ ମୁରଲୀଧର ସାହୁ, କେ.କ୍ରିଷ୍ଣା କୁମାରୀ ,ସୁଶାନ୍ତ କୁମାର ପାତ୍ର ,ଆଟେଣ୍ଡାଣ୍ଟ ରମେଶ ବେହେରା, ସିସିର କୁମାର , ତନୁଜ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ଏ. ଚେନ୍ନେୟା ପ୍ରମୁଖ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!