ନବରଙ୍ଗପୁର,( ମିହିର ଶଙ୍କର ପାତ୍ର, )୧୨/୦୬: – ନବରଙ୍ଗପୁର ଜିଲ୍ଲା ଚାଷୀ ମାନଙ୍କ ନିମନ୍ତେ ବିହନ ପ୍ରକ୍ରିୟାକରଣ କରାଇ ଉନ୍ନତମାନର ବୀହନ ଯୋଗାଇ ଦେବା ପାଇଁ ଡାବୁଗାଁ କୃଷି କାର୍ଜ୍ୟାଳୟ ଠାରେ ପ୍ରତିଷ୍ଟା ହୋଇଛି ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ।ଡାବୁଗାଁ ଠାରେ ନୂତନ କୃଷିଅଧିକାରୀ ଆସିବା ପରେ କଣସି ସୂଚନା ପାଇପାରୁ ନାହାନ୍ତି ଚାଷୀ ।ଆଗରୁ ନବରଙ୍ଗପୁର ଜିଲ୍ଲାରୁ ମୋଟ୍ ୭୭ ଜଣ ନିଗମ ଅଧିନରେ ସଭ୍ୟ ରହି ଥିବାବେଳେ ସେମାନେ କେବଳ ପିଣ୍ଡ ବିହନ ନେଇ ଚାଷ କରି ବିହନ ପ୍ରକ୍ରିୟାକରଣ କରାଇବା ପାଇଁ ଧାନ ଜୋଗାଇଦେଇ ଥାଆନ୍ତି। ୭୭ଜଣ ଙ୍କ ମଧ୍ୟରୁ ଡାବୁଗାଁ ରୁଚାଷୀ ୧୯ ଜଣ ଓ ଆଖ ପାଖ ଅଞ୍ଚଳର ଚାଷୀ ରହିଛନ୍ତି।ହେଲେ ଡାବୁଗାଁ ରେ ଜେତେ ଚାଷୀ ରହିଛନ୍ତି କାହାର ଚାଷ ଜମି ନ ଥାଇ ସଭ୍ୟ ଅଛନ୍ତି ତ ଗୋଟିଏ ଘରେ ୨ ଟି ,ଆଉ କେତୋଟି ଘରେ ୫
ଟି ସଭ୍ୟ ରହି ଥିବା ଯୋଗୁଁ ଚାଷୀ ଓ ଡାବୁଗାଁ କୃଷକ ମହା ସଙ୍ଘ ଏହାର ବିରୋଧ କରି ଘେରାଉ କରି ଥିଲେ।ଚାଷୀ ମାନଙ୍କ ଅବଗତି ନିମନ୍ତେ ନିଗମ ର ନିତି ନିୟମ ଉପରେ କେବେ ସଭା କି ଆଲୋଚନା ନ ହେବାରୁ ଚାଷି ନିତି ନିୟମ ଜାଣି ପାରୁ ନାହାନ୍ତି।ଏଣୁ ପିଣ୍ଡ ବିହନ ନେଇ ଚାଷ କରିବା ପାଇଁ ନିଗମ ର ସଭ୍ୟ ହୋଇ ପାରୁ ନାହାନ୍ତି।ହେଲେ ପ୍ରକ୍ରୁତ ଚାଷୀ ଏଥିରେ ସାମିଲ ନ ହୋଇ ଭାଗ ଚାଷୀ ବାଲା ସାମିଲ,ଘରେ ଜଣ ଙ୍କୁ ସଭ୍ୟ ନ କରି ଘରେ ୨ ଜଣ ଓ ୫ ଜଣ ସଭ୍ୟ ରହି ଏହାର ଫାଇଦା ଉଠାଉଛନ୍ତି। ଏବର୍ଷ ୭୭ ଜଣ ନିଗମର ସଭ୍ୟ/ ସଭ୍ୟା ୧୯୫ ହେକ୍ହର ଜମି ଚାଷ ନିମନ୍ତେ ୯୭ କୁଣ୍ଟାଲ ଧାନ ପ୍ରକ୍ରିୟା କରଣ ପାଇଁ ଆସିବାର ଧାର୍ଜ୍ୟ ରହିଛି।ଆଜି କୋଷାଗୁମୁଡା ରୁ ଆସିଥିବା ଧାନ ଦେଖି ପ୍ରକ୍ରିୟା କରଣ ହେବା ଯୋଗ୍ୟ ନୁହେଁ ବୋଲି ଡାବୁଗାଁ କ୍ରୁଷକ ମହାସଙ୍ଘସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ ଙ୍କୁ ଦେଖାଇ କହି ଥିଲେ।କୃଷକ ମହାସଙ୍ଘ ର ଦାବୀ ଗୋଟିଏ ପରିବାରରେ ଜଣେ ସଦସ୍ୟ ଓ ଚାଷ ଜମି ନ ଥିଲାବାଲାକୁ ନିଗମର ସଦସ୍ୟ ନ କରାଇ ପ୍ରକୃତ ଚାଷୀ କୁ ସଦସ୍ୟ କରାଇ ଏହାର ସମାଧାନ କରା ଯାଉ।ଉକ୍ତ କାର୍ଜ୍ୟକ୍ରମରେ ଡାବୁଗାଁ କୃଷକ ମହାସଙ୍ଘ ସଭାପତି ସମେତ ଡାବୁଗାଁ ଅଂଚଳର ଚାଷୀମାନେ ଉପସ୍ଥିତ ଥିଲେ। ଡାବୁଗାଁ ଠାରେ ନୂତନ କୃଷିଅଧିକାରୀ ଆସିବା ପରେ କଣସି ସୂଚନା ପାଇପାରୁ ନାହାନ୍ତି ଚାଷୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |