ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୨/୦୯: :-ଓଡିଶା ସାମ୍ବାଦିକ ସଂଘର ୧୧ତମ ବାର୍ଷିକ ଉତ୍ସବ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ,ସଂମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧକ୍ଷ ମତିରାମ ନାୟକ, ଡାବୁଗାଁ ବ୍ଲକ ଅଧକ୍ଷା ବିଣା ମାଝୀ ଆମେତ ବିଜେପିର ବାରିଷ୍ଟ ନେତା ଜୟନ୍ତ ପାତ୍ର,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,କଂଗ୍ରେସ ବ୍ଲକ ସଭାପତି ସାଇରାଜୁ,ସାଂସଦ ପ୍ରତିନିଧି ଆପାରାଓ ସମେତ ଅନେକ ଜିଲ୍ଲା ସ୍ତରୀୟ ନେତା ଉପସ୍ଥିତ ଥିଲେ ଏବଂ ଓଯେଉ ରୋ ବାରିଷ୍ଟ ସାମ୍ବାଦିକ ମାନେ ଯଥା ରାଜ୍ୟ ସମ୍ପାଦକ ବାଙ୍କ ବିଷୋୟୀ, ନବରଙ୍ଗପୁର ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀ, ରାକେଶ ଗୁପ୍ତା ,ମିହିର ଶଙ୍କର ପାତ୍ର,ଗଗନ ଗନ୍ତୟତ ସମେତ 100 ଉର୍ଦ୍ଧ୍ଵ ସାମ୍ବାଦିକ ଉପସ୍ଥିତି ଥିଲେ। ଆଜି ଓଜେଉ ସାମ୍ବାଦିକ ସଂଘରେ 15 ଜଣ ନୂତନ ସାମ୍ବାଦିକ ଭାଇ ଭଉଣୀ ମାନେ ଯୋଗଦେଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |