ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୬।୯:ଡାବୁଗାଁ , ବିଗତ ଦିନରେ ଛତିଶଗଡ଼ ରୁ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଛତିଶଗଡ଼ ର ଜଗଦଲପୁର ର କୋତୱାଲି ଥାନା ରେ କେସ ହୋଇଥିଲା । ପରେ ଜଗଦଲପୁର ଠାରେ ଚୋରି କରିଥିବା ଚୋର ଙ୍କ ମଧ୍ୟରୁ ବାବୁଲା ଜନୀ ନାମକ ଜଣେ ଯୁବକ ଧରା ପଡିଥିଲା । ପରେ ସେ ତାର ସାଥୀଙ୍କ ନାମ କହିଥିଲା । ତେଣୁ ସନ୍ଧ୍ୟାରେ କୋତୱାଲି ଥାନା ପୋଲିସ ନବରଙ୍ଗପୁର ଜିଲା ଡାବୁଗାଁ ଆସି ତଦନ୍ତ କରିଥିଲେ । ପରେ ରାତ୍ରି ସମୟରେ ଡାବୁଗାଁ ଥାନା ପୋଲିସ ସହାୟତା ରେ ବାବୁଲା ଜନୀର ସାଥି ଦୈନୁ ସନ୍ତା ଙ୍କୁ ଜୟନ୍ତୀନଗର ରୁ ଗିରଫ କରିଥିଲା । ପରେ ସେମାନଙ୍କଠାରୁ ଉକ୍ତ ଚୋରା ଗାଡି ଜବତ କରିଥିଲା ।ଚାରଗାଡିକୁ ଚର ମାନେ ଡାବୁଗାଁ ଠାରେ ବିକ୍ରି କରିଥିବା ସୂଚନା ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |