ନବରଙ୍ଗପୁର,୩/୬ (ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଠାରେ ଗୁରୁବାର ରାଜସ୍ବ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ତହସିଲଦାର ସନ୍ଧ୍ୟା ସମରଥ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ବ ରଥର ଶୁଭାରମ୍ଭ ନିମନ୍ତେ ଏହାକୁ ଉଦଘାଟନ କରି କଭିଡ ମହାମାରୀ ସମୟରେ ଲୋକଙ୍କୁ ହାତ ପାଆନ୍ତାରେ ରାଜସ୍ବ ବିଭାଗର ସମସ୍ତ ସୁବିଧା ଯୋଗାଇ ଦିଆଯିବା ଏହାର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି । ଏହି ରଥଟି ଡାବୁଗାଁ ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ଏନେଇ ସଚେତନ କରିବା ସହ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଯେଉଁସବୁ କାର୍ଯ୍ୟର ସୁବିଧା ଯୋଗାଇ ଦିଆଯାଉଥିଲା ବର୍ତ୍ତମାନ ସେସବୁ ଜନସାଧାରଣ ଙ୍କୁ ସେମାନଙ୍କ ଦାଣ୍ଡ ଦୁଆରେ ପହଞ୍ଚାଇ ଦିଆଯିବ ବୋଲି କହିଛନ୍ତି । ଏହା ମାଧ୍ୟମରେ ଲୋକେ ସେମାନେ ଆବେଦନ କରୁଥିବା ଜାତିଗତ ପ୍ରମାଣ ପତ୍ର , ସ୍ଥାୟୀ ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର , ଖାରଜ ଜମି ପଟ୍ଟା , ଜମିର ନକଲ ପଟ୍ଟା ସୁବିଧାରେ କମ ସମୟ ମଧ୍ୟରେ ପାଇ ପାରିବେ ବୋଲି ଆଶା ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସୁପର ଭାଇଚର ସୁରେଶ ହିଆଲ , ଆର ଆଇ ସୁବ୍ରତ ମିସ୍ତ୍ରୀ , ଆର ଆଇ ଗଙ୍ଗା ମହାଙ୍କୁଡା ଓ କର୍ମଚାରୀ ଗୌରାଙ୍ଗ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଡାବୁଗାଁ ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମରେ ବୁଲି ଲୋକଙ୍କୁ ସଚେତନ କରାଇବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |