ଡାବୁଗାଁ(ମିହୀର ଶଙ୍କର ପ|ତ୍ର), ୧୨/୩: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି | ଏଥିରେ ବିଜେଡି ସମର୍ଥିତ ଚଚରାଗୁଡା ପଞ୍ଚାୟତ ସମିତି ସଭ୍ୟା ବୀଣା ମାଝି ଡାବୁଗାଁ ପଞ୍ଚାୟତ ସମିତି ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ | ଏହା ପରେ ବ୍ଲକ କାର୍ଯ୍ୟ|ଳୟ ଠାରୁ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ | ଏଥିରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲାପରିଷଦ ସଭ୍ଯ ଗୁପ୍ତ ବିଶୋୟୀ, ସମସ୍ତ ସମିତି ସଭ୍ୟାସଭ୍ୟ ଏବଂ ବହୁ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ |ଏଭଳି ଡାବୁଗାଁ ବ୍ଲକର ୧୨ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏଥିରୁ ୫ ଟି ପଞ୍ଚାୟତରେ ପ୍ରତିଦ୍ୱନ୍ଦିତା ହୋଇଥିଲା | ଏଥିରେ ଚଚରାଗୁଡା ପଞ୍ଚାୟତରେ ୨ ଜଣ ନାଏବ ସରପଞ୍ଚ ପାର୍ଥୀ ଯୁଧିଷ୍ଠିର ତନ୍ତୀ ତାଙ୍କ ପ୍ରତିଦ୍ଵନ୍ଦୀ ଜଗତ ଭତ୍ରା ଙ୍କୁ ହରାଇ ବିଜୟୀ ହୋଇଥିଲେ | ଡ଼ଙ୍ଗରିଗୁଡା ପଞ୍ଚାୟତରେ କୁନି ସୁନା ଓ ଶାନ୍ତି ମାଝି ଙ୍କ ପାଇଁ ସମାନ ସମାନ ଭୋଟ ପଡିଥିବାରୁ ସେମାନଙ୍କ ମଧ୍ୟରେ ଧର୍ମ ଗୁଳା ରେ କୁନି ସୁନା ବିଜୟୀ ହୋଇଥିଲେ | ଜବାଗୁଡା ପଞ୍ଚାୟତରେ ସବା ସିଂ ଭତ୍ରା ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଗିରେନ୍ଦ୍ର ଭତ୍ରାଙ୍କୁ ହରାଇ ବିଜୟୀ ହୋଇଥିଲେ | କୋଇଲାରୀ ପଞ୍ଚାୟତରେ ମହେନ୍ଦ୍ରୀ ପୂଜାରୀ ଓ ଶୁକ୍ରୀ ବଞ୍ଜରା ଙ୍କ ପାଇଁ ସମାନ ସମାନ ଭୋଟ ପଡିଥିବାରୁ ସେମାନଙ୍କ ମଧ୍ୟରେ ଧର୍ମ ଗୁଳା ରେ ମହେନ୍ଦ୍ରୀ ପୂଜାରୀ ବିଜୟୀ ହୋଇଛନ୍ତି | ମେଦନା ପଞ୍ଚାୟତରେ ଡମ୍ବରୁ ଭତ୍ରା ତାଙ୍କ ନିକଟ ତମ ପ୍ରତିଦ୍ଵନ୍ଦୀ ମଧୁ କଲାରଙ୍କୁ ହରାଇ ବିଜୟୀ ହୋଇଛନ୍ତି | ଏହାସହ ଅଞ୍ଚଳା ପଞ୍ଚାୟତରେ ନାଏବ ସରପଞ୍ଚ ଭାବ କୌଶଲ୍ୟା ଜାନୀ, ବଡଓଲମା ମୋହନ ମିର୍ଗାନ, ବୋରିଗାଁ ରେ ଦେବକୀ ସାନ୍ତା, ଡାବୁଗାଁରେ ବୈଦେହି ପାତ୍ର, ଜୁନାପାଣି ରେ ଲାଇବାନବତୀ ଗୌଡ, ନନ୍ଦପୁରାରେରାଜୁ ପୂଜାରୀ ଓ ଘୋଡାଖୁଣ୍ଟା ପଞ୍ଚାୟତରେ ପ୍ରତମ ଅମାନାତ୍ୟ ନିର୍ଦ୍ୱୋନ୍ଦରେ ରେ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି |ସେହିପରି ଡଙ୍ଗରିଗୁଡା ଗ୍ରାମ ପଂଚାୟତ ରେ ନବ ନିର୍ବାଚିତ ସରପଞ୍ଚ ରାମ କୁମାର ଗଣ୍ଡ ଙ୍କୁ ସରପଞ୍ଚ ଆସନ ରେ ବସାଇ ଥିଲେ।ଏହିସମୟରେ ରାଜ୍ୟ ସଭା ସାଂସଦ ରାମା ରାଓ ଚୌଧୁରୀ,ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ,ଗେଦୁ ପଟ୍ଟନାୟକ, ଦାମୋଦର ପାତ୍ର,ଦେବ ରାଜ ପାତ୍ର ପ୍ରମୁଖ୍ ବହୁ ବିଜେଡି କର୍ମୀ ରହି ସହଯୋଗ କରି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |