ଡାବୁଗାଁ ବସଷ୍ଟାଣ୍ଡ ଏବଂ ଆଖପାଖ ରେ ବଢୁଛି ଜବରଦଖଲ

ନବରଙ୍ଗପୁର(ମିହୀର ଶଙ୍କର ପାତ୍ର), ୩୦।୪ :-ଜବରଦଖଲ ଉଚ୍ଛେଦ ପାଇଁ ଏବଂ ସ୍ମାର୍ଟ ବସଷ୍ଟାଣ୍ଡ ସ୍ଥାନାନ୍ତରିତ ନ କରିବା ପାଇଁ ଡାବୁଗାଁବାସୀ ଆଜି ଲିଖିତ ଅଭିଯୋଗ ଦେଇଛନ୍ତି ସ୍ଥାନୀୟ ତହସିଲଦା‌ ସନ୍ଧ୍ୟାରାଣୀ ସମର୍ଥକଙ୍କୁ । ଲିଖିତ ଅଭିଯୋଗ ପ୍ରକାରେ ଜବରଦଖଲକାରୀ ମାନେ ସ୍ମାର୍ଟ ବସଷ୍ଟାଣ୍ଡ କୁ ବିରୋଧ କରୁଛନ୍ତି। ପ୍ରକାଶ ଥାଉ କି ଡାବୁଗାଁ ବସଷ୍ଟାଣ୍ଡ , ସାପ୍ତାହିକ ଗୁରୁବାର ହାଟ ଏବଂ ମାଁ ଦାବାଦେଈ ମନ୍ଦିର ତଥା ଆଖପାଖ ଅଂଚଳରେ ଜବରଦଖଲ ଦିନକୁ ଦିନ ବୃଦ୍ଧି ପାଉଛି । ଅନେକ ଥର ଜବରଦଖଲ ଉଚ୍ଛେଦ ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଅତି ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ହୋଇଛି। ବସଷ୍ଟାଣ୍ଡ ଅଞ୍ଚଳ ରୁ ଏବଂ ମନ୍ଦିର ଗୁଡିକ ନିକଟରୁ ଜବରଦଖଲ ଉଚ୍ଛେଦ ଅତି ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ସ୍ମାର୍ଟ୍ ବସଷ୍ଟାଣ୍ଡ ସ୍ଥାନାନ୍ତରିତ ହେଲେ ଆନ୍ଦୋଳନ କରାଯିବ ବୋଲି ଅଭିଯୋଗ କାରିମାନେ ମତବ୍ୟକ୍ତ କରିଛନ୍ତି।ତହସିଲଦାରଙ୍କୁ ଦାବିପତ୍ର ଦେବାସମୟରେ ଉପସ୍ଥିତ ଥିଲେ ସତ୍ୟରଞ୍ଜନ ପାତ୍ର,ରାଜାବାବୁ, ଟି ଜଗନୁ ବାବୁ, ସୁରେନ୍ଦ୍ର ରେଲି, ବିଶ୍ୱ ପାତ୍ର, ରାଜୁ ରେଲି,ମୁରଲୀ ଜେନା, ଟି ଶେଖର ରାଓ। ଡ଼ଙ୍ଗରିଗୁଡା ସରପଞ୍ଚ,ଡାବୁଗାଁ ବ୍ଲକ ବାଇସ ଚେଇରମେନ ଏବଂ ଡାବୁଗାଁ,ଡ଼ଙ୍ଗାରିଗୁଡାଏବଂ ବୋରିପଦର ଗ୍ରାମର ଶତାଧିକ ଗ୍ରାମବାସୀ ।

d3e42fb6 b60c 4f38 b32a b3d25d818091

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: