ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୧/୬ :-ସଭିଏଁ ପଢ଼ନ୍ତୁ , ସଭିଏଁ ବଢ଼ନ୍ତୁ ଏହା କେବଳ ନାମକୁ ମାତ୍ର|ଡାବୁଗାଁ ବ୍ଲକରେ ସ୍କୁଲ୍ ଗୁଡିକରେ ପାଠପଢା ସନ୍ତୋଷ ଜନକ ହେଉନଥିବା ଦୃଶ୍ୟ ସାମ୍ନାକୁ ଆସୁଛି। କୁନିକୁନି ପିଲାମାନଙ୍କୁ ବିଦ୍ୟାଳୟ ଗୁଡିକରେ ହିଁ ବିନା ପାରିଶ୍ରମିକରେ ଶିଶୁଶ୍ରମିକ ଭଳି କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ସୂଚନାଯୋଗ୍ୟ :-ଏମ ଖୁଟୁଗୁଡାରେ ପିଲାମାନେ ସ୍କୁଲରେ ଏବଂ ସ୍କୁଲ ବାହାରେ ରାସ୍ତାକଡରେ ମଧ୍ୟ କାମ କରୁଥିବା ଦେଖିବାକୁ ମିଳିଛି ଅସୁରକ୍ଷିତ ଅବସ୍ଥାରେ ।ଏବିଷୟରେ ବିଦ୍ୟାଳୟକୁ ଯାଇ ବୁଝିବା ସମୟରେ ବିଦ୍ୟାଳୟରେ 10 ଘଣ୍ଟ ହଇ ଯାଇଥିଲା କିନ୍ତୁ କଣସି ଶିକ୍ଷିକ ନଥିଲେ । ଏବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେବି ସେ କଣସି ପଦକ୍ଷେପ ନେଇନଥିବା ଜଣାପଡିଛି । ଶିକ୍ଷାରମାନ ବଡାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି “ଯୋଜନା ପ୍ରଣୟନ କଲେ ବୋଲି ନିଜ ଢୋଲ ନିଜେ ବଜାଇବା କଥା ପରି ରାଜକୋଷରୁ କୋଟି କୋଟି ଟଙ୍କା ବିନଯୋଗ କରି ବିଜ୍ଞାପନ ଦେଇ କାମ ସାରି ବସି ଯାଉଛନ୍ତି ।ପ୍ରକୃତପକ୍ଷେ ତାହା କାର୍ଯ୍ୟକାରୀ ହେଲାକି ନଇଁ ଦେଖୁବାକୁ କେହି ନାହିଁ” ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ଥିବା ଦେଖିବାକୁ ମିଳୁଛି ।ଶିଶୁଟି କିଭଳି ସମସ୍ତ ଶୋଷଣ , ଯନ୍ତ୍ରଣା ,ଠାରୁ ମୁକ୍ତି ପାଇପାରିବ । ଏକ ନିଶ୍ଚିନ୍ତ ଓ ନିଶ୍ଚିତ ନିରାପତ୍ତା ଜୀବନଯାପନ ସହିତ ସୁସ୍ଥ ଏବଂ ସବଳ ଜୀବନ ସହିତ ସୁଶିକ୍ଷା ପାଇପାରିବ ।ଏଥି ପାଇଁ ଆମ ସରକାର ୨୦୧୦ ମସିହା ଏପ୍ରିଲ ୧ ଠାରୁ ୬ରୁ ୧୪ବର୍ଷ ଯାଏଁ ଶିଶୁମାନଙ୍କୁ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । ଫଳରେ ସେମାନେ ବିଦ୍ୟାଳୟ ଯିବେ । ଶିଶୁ ଶ୍ରମିକ ପ୍ରଥାରୁ ମୁକ୍ତି ପାଇବେ । ଏଥିପାଇଁ ସର୍ବଶିକ୍ଷା ଅଭିଯାନ ଆମ ଦୁଆରେ ଉଭା ହୋଇଛି । ‘ ସଭିଏଁ ପଢ଼ନ୍ତୁ , ସଭିଏଁ ବଢ଼ନ୍ତୁ ‘ ହେଉଛି ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଏହାରମାନେ ଏହି ଯେ ୬ – ୧୪ବର୍ଷ ଶିଶୁମାନେ ନିଶ୍ଚିତ ଭାବେ ବିଦ୍ୟାଳୟକୁ ଯିବେ ; ସେଠି ମାଗଣାରେ ୧୪ବର୍ଷ ଯାଏଁ ପଢ଼ିବେ ଏବଂ ସ୍ବାସ୍ଥ୍ୟକର ପରିବେଶର ନିରୋଗଭାବେ ବଢ଼ିବେ । ଅର୍ଥାତ୍ ପୂର୍ବପରି ଏମାନେ ଶିଶୁଶ୍ରମିକ ଭାବେ ଖଟିବେ ନାହିଁ । ମୋଟ ଉପରେ ଶିଶୁ ଶ୍ରମିକ ପ୍ରଥା ସଂପୂର୍ଣ୍ଣ ଉଚ୍ଛେଦହେବ । ଶିଶୁମାନଙ୍କୁ ଶ୍ରମ ମୁକ୍ତ ରଖିବା ପାଇଁ ଶିଶୁ ଶ୍ରମିକ ଆଇନ ରହିଛି । ୧୯୮୬ ଶିଶୁ ଶ୍ରମିକ ଆଇନ ଅନୁସାରେ ୧୩ଟି ବିପଜ୍ଜନକ ସଂସ୍ଥା ଓ ୫୭ଟି ବିପଦପୂର୍ଣ୍ଣ ସଂସ୍ଥାରେ ୧୪ବର୍ଷରୁ କମ୍ ବୟସର ପିଲାଙ୍କୁ ନିଯୁକ୍ତି ନିଷେଦ୍ଧ କରାଯାଇଛି । କିନ୍ତୁ ସରକାରଙ୍କ ସବୁ ଯୋଜନା ପେଳମରିଛି ଡାବୁଗାଁ ବ୍ଲକରେ । ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ପିଲାମାନଙ୍କ ପାଇଁ ଆସିଥିବା ବହିଗୁଡ଼ିକ ରଖିରଖି ଉଇ ଖାଉଛି ଶେଷରେ ଏହି ବହିଗୁଡିକୁ ନିଆଁରେ ପଡି ଜାଳି ଦେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଡାବୁଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଉଦ୍ୟମ କଲେ ଭଲ ହଇଥାନ୍ତା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |