ଡାବୁଗାଁ ବ୍ଲକର ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଇଙ୍କ ଜନ୍ମ ଜୟନ୍ତୀ ପାଳିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୨୩।୧:ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ବୀରସୁରେନ୍ଦ୍ର ସାଇଙ୍କ ଜନ୍ମ ଜୟନ୍ତୀ ପାଳିତ ହେଲା। ଯଥା ଡାବୁଗାଁ ଶିଶୁମନ୍ଦିର,ଅଦର୍ଶ ବିଦ୍ୟାଳୟ,ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ତଥା ବ୍ଲକର 12ଗୋଟି ପଞ୍ଚାୟତର ସମସ୍ତ ସରକାରୀ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ରସାଇ ଜନ୍ମ ଜୟନ୍ତୀ ପାଳନ ହେଲା ଏଭଳି ଶିଶୁମନ୍ଦିର ଠାରେ ଆଜି ଏହି ଜୟନ୍ତୀ ପାଳନ ଅବସରରେ ପ୍ରଧାକ ଆଚାର୍ଯ୍ୟ ଶ୍ରୀ ସତ୍ୟନାରାୟଣ ଚୌଧରି ପିଲାଙ୍କୁ ବୀର ସୁରେନ୍ଦ୍ରସାଇ ଏବଂ ନେତାଜୀ ବିଷୟରେ ଅବଗତ କରିବା ସହ ନେତାଜୀ ବାଣୀ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି ଏ ବାଣୀ ରେ ପିଲାଙ୍କୁ ଭିତରେ ଜାତୀୟ ଭାବନାର ଉଦ୍ରେକ କରିବାରେ ସହାୟକ ହୋଇଛି।।ଆଜି ଏହି ଅବସରରେ ବିଦ୍ୟାଳୟଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀମାନେଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।ଆଜିର କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହଇଯାଇଛି।

78647662 12c3 4af3 b132 44410f0d8d94

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: