ଡାବୁଗାଁ ବ୍ଲକ ଉପାଧ୍ୟାକ୍ଷ ହେଲେ ସଦାନନ୍ଦ ନାୟକ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୨୪।୦୩ :ଡାବୁଗାଁ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଶେଷ ହୋଇଛି | ଏଥିରେ ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ | ଏଥିରେ ଉପାଧ୍ୟକ୍ଷ ପଦ ପାଇଁ ଡଙ୍ଗରିଗୁଡା ପଞ୍ଚାୟତ ସମିତି ସଭ୍ୟ ସଦାନନ୍ଦ ନାୟକ ଓ ଘୋଡାଖୁଣ୍ଟା ପଂଚାୟତ ସମିତି ସଭ୍ୟ ପର୍ଶୁରାମ ନାୟକ ପାର୍ଥୀ ପତ୍ର ଦାଖଲ କରିଥିଲେ | ପରେ ମତଦାନ ହୋଇଥିଲା | ଏଥିରେ ସଦାନନ୍ଦ ନାୟକ ୮ ଟି ଭୋଟ ଓ ପର୍ଶୁରାମ ନାୟକ ୪ ଟି ଭୋଟ ପାଇଥିଲେ | ଏଥିରେ ସଦାନନ୍ଦ ନାୟକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ | ଏଥିରେ ଡାବୁଗାଁ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ ଓ ପଂଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |

cc9c5d2c 1769 4479 a239 c0efeacfcc71

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: