ଡାବୁଗାଁ ବ୍ଲକ ଗଣଶିକ୍ଷକ ସଂଘ ତରଫରୁ ଓଟିଇଟି ପାସ ଲେଫ୍ଟ ଆଉଟ ଗଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସଭା

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ୨୩।୧:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ୩୩ ଜଣ ଓଟିଇଟି ପାସ ଗଣ ଶିକ୍ଷକ (ଲେଫ୍ଟ ଆଉଟ୍) ର ଏକ ସମ୍ବର୍ଦ୍ଧନା ସଭା ଡାବୁଗାଁ ବିଇଓ ଙ୍କ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି . ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଇଓ ଶିବ ଶଙ୍କର ମଣ୍ଡଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଭଗବାନ ମାଝି ଯୋଗ ଦେଇଥିଲେ . ବିଇଓ ଶିବ ଶଙ୍କର ମଣ୍ଡଳ ଓଟିଇଟି ପାସ କରିଥିବା ସମସ୍ତ ଗଣ ଶିକ୍ଷକ ( ଲେଫ୍ଟ୍ ଆଉଟ୍) ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଏକ୍ସ କେଡର (ଲେବେଲ ବି) ମାନ୍ୟତା ପାଇଥିବା ରୁ ସମସ୍ତ ପାସ ଶିକ୍ଷକ ଙ୍କୁ ନିୟମିତ ବିଦ୍ୟାଳୟ କୁ ଯାଇ କର୍ତ୍ତବ୍ୟ ନିଷ୍ଠା ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ . ଏହି ଅବସରରେ କିଛି ଦିନ ତଳେ ଅବସର ଗ୍ରହଣ କରିଥିବା ବିଇଓ କାର୍ଯ୍ୟାଳୟ ର ପିଅନ ବିଜୟ ମିଶ୍ର ଙ୍କୁ ଗଣ ଶିକ୍ଷକ (ଲେଫ୍ଟ ଆଉଟ୍) ସଂଘ ଓ କାର୍ଯ୍ୟଳୟ ତରଫରୁ ସମ୍ବର୍ଦ୍ଧିତ କରାଜାଇଥିଲା . ପିଅନ ବିଜୟ ମିଶ୍ର ଙ୍କୁ ଫୁଲତୋଡ଼ା ଓ ଉପ ଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା . ଏହି କାର୍ଯ୍ୟକ୍ରମ ରେ ଗଣଶିକ୍ଷକ (ଲେଫ୍ଟ ଆଉଟ୍) ସଂଘ ସଭାପତି ବିଶ୍ୱେଷ ତ୍ରିପାଠୀ, ସମ୍ପାଦକ ରଞ୍ଜିତ ଗୁପ୍ତା, ଉପ ସଭାପତି ମନୋଜ ବିଶୋଇ, କୋଷାଧ୍ୟକ୍ଷ ବିଭୁଦତ୍ତ ବିଶୋଇ ତଥା ସଂଘ ର ଉପଦେଷ୍ଟା ନିରାକାର ପ୍ରଧାନ,ବିଷ୍ଣୁ ସୁଧା କରସୁଧା ପଟ୍ଟନାୟକ, ଅମୂଲ୍ୟ ନାୟକ, ଭଗବାନ ମାଝି, ରିଆବିନ ସୁନା, ଟୁଲୁ ହରିଜନ ଓ ଯୋଗେଶ ଗୌଡ଼ ସହ ବିଇଓ ଙ୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ  |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: