ନବରଙ୍ଗପୁର ,୦୨।୦୩ :- କେଲିଆ ଝାଡେଶ୍ୱର ଶିବ ମନ୍ଦିରରେ ଉଠିଲା ମହାଦୀପ। ଭକ୍ତିମୟ ପରିବେଶ ଏବଂ ହର ହର ମହାଦେବ ନାରାରେ ଉଠିଲା ମହାଦୀପ। ପାରମ୍ପରିକ ବେଢା ପରିକ୍ରମା ପରେ ମନ୍ଦିରକୁ ଉଠିଛି ମହାଦୀପ । ରାତି ୯ ଟା ୨୦ ମିନିଟ୍ରେ ବିଧିମତେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି । ଏହି ସମୟରେ ମନ୍ଦିର ପରିସର ଶିବ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଛି। ଏହି ସମୟରେ ଉପସ୍ଥିତ ଥିଲେ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଡାବୁଗାଁ ତହସିଲଦାର ସନ୍ଧ୍ୟା ରାଣୀ ସମରଥ , ଡାବୁଗାଁ ଥାନା ଅଧିକାରୀ iic ଅଭିମନ୍ୟୁ ଦୁର୍ଗା, କେଲିଆ ମନ୍ଦିର ପରିଚାଳନା କମିଟି ର ସଂପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ଭଗବାନ ଖୁଣ୍ଟିଆ, ଭଗବାନ ମହାନ୍ତି, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ପରମାନନ୍ଦ ନାୟକ, ସୂର୍ଯ୍ୟ ସୁବୁଦ୍ଧି, ମୋହନ୍ ସିଂ ଗଣ୍ଡ , ଏବଂ ଶତାଧିକ ଶିବ ଭକ୍ତମାନେ ଉପସ୍ଥିତଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |