ଡାବୁଗାଁ ବ୍ଲକ ସଦର ମହାକୁମ ଠାରେ ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୮ା୧:-ଆଜି ଡାବୁଗାଁ ବ୍ଲକ ସଦର ମହାକୁମ ଠାରେ ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଲା ଏହି ଅବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ,ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଲ ମାଝୀ,ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ,ଅନ୍ୟ ମଂଞ୍ଛାସିନ ଅତିଥି ମାନଙ୍କ ମଧ୍ୟରେ ଡାବୁଗାଁ ବ୍ଲକ ସଭାପତି ଜି. ସାଇ ରାଜୁ, ଜନ ସଭାପତି ପ୍ରକାଶ ପଣ୍ଡା,ପୂର୍ବତନ ଡାବୁଗାଁ ବ୍ଲକ ଅଧକ୍ଷ ବଂଶୀଧର ମାଝୀ, ଧରମ ସିଂ, କ୍ଷେମରାଜ ବାଘ,ସନରାଜ ଗଣ୍ଡ ପ୍ରମ୍ମୁଖ । ତତ ସଂଗେ ସଂଗେ ଆଜି ନବରଙ୍ଗପୁର ଜିଲ୍ଲାର ଯୁବ କଂଗ୍ରେସର ସଦର୍ଶ ମାନେ ଉପସ୍ଥିତ ଥିଲେ ଆଜି ଏହି ସମୟରେ ମଂଞ୍ଛ ପରିଚାଳନା କରିଥିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ।ଏବଂ ଆଜିର ସମସ୍ତ କାର୍ଯ୍ୟର ପରିଚାଳନା କରିଥିଲେ ଡାବୁଗାଁ ବ୍ଲକ ଯୁବ କଂଗ୍ରେସ ସଭାପତି ଶସିଧର ମାଝୀ ଏବଂ ଡାବୁଗାଁ ବ୍ଲକର ଯୁବ କଂଗ୍ରସେର ସଦର୍ଶ ମାନେ।ଆଜି ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ବିଭିନ୍ନ ଦଳରୁ ଆସି କିଛି ଯୁବକ ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ। ଆଜି ନବବର୍ଷ ଉପଲ୍ଲଖେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନଙ୍କ ବନ୍ଧୁ ମିଳନ ସହ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହଇ ଯାଇଛି। ଦିନଥିଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ କୁ କଂଗ୍ରେସର ଗୋଡ଼ ବଲି କୁହା ଯାଉଥିଲା ଏବଂ ଆଗାମୀ ନିର୍ବାଚନରେ ଏହି ଅଂଚଳରେ ନିଶ୍ଚୟ ବିଜୟ ହେବ କଂଗ୍ରେସର ବଲି ଜିଲ୍ଲା ସଭାପତି କହିବା ସହ ଯୁବକ ମାନଙ୍କୁ କଂଗ୍ରେସକୁ ମଜବୁତ କରିବା ପାଇଁ କିଭଳି ସଙ୍ଗଠନକୁ ମଜବୁତ କରିବେ ସେ ବିଷୟରେ ବୁଝାଇଥିଲେ।ଆଜିର କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହଇଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: