ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଭିନ୍ନକ୍ଷମଙ୍କୁ ଅଣଦେଖା

ନବରଙ୍ଗପୁର,୧୪/୩(ମିହିର ଶଙ୍କର ପାତ୍ର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ରେ ସରକାରଙ୍କ କୋଭିଡ କଟକଣା ର ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି । ଏହା ଛଡା ସଖାଳରୁ ଆସିଥିବା ଭିନ୍ନକ୍ଷମ ମନଙ୍କୁ ଅଣଦେଖା କରାଯାଉଛି । ଅନୁଷ୍ଠିତ ଅଭିଯାନରେ ପରିଚାଳନା କରୁଥିବା ବ୍ଲକ ବିଏସଏସଓ ଏହି କାର୍ଯ୍ୟକ୍ରମ ବିଷୟରେ ପୂର୍ବରୁ କିଛି ସୂଚନା ଦେଇନଥିବା ସ୍ଥାନେ ସ୍ଥାନେ ଆଲଚନା ର ବିଷୟ ପାଲିଟି ଥିବା ବେଳେ, ଅଧିକାଂଶ ଲୋକ ଆସିକି ନ ଖାଇ ଫେରିଯାଇଥିଲେ ଏବଂ ସଠିକ ରୂପେ ସୂଚନା ପାଇ ନଥିବାରୁ ବହୁ ଲୋକ ଆସିକି ଫେରି ଯାଇଥିଲେ । ନିଜେ ବିଏସଏସଓ ଅତୁନ ଦେଉରୀ ମାସ୍କ ନ ପିନ୍ଧି ଅଭିଯାନ ରେ ଆସିଥିବା ଭିନ୍ନକ୍ଷମ ଲୋକଙ୍କ ସହ ମିଳାମିଶା କରୁଥିବା ଦେଖା ଦେଇଥିଲା । ଦୁଃଖର ବିଷୟ ଅଭିଯାନରେ ଆସିଥିବା କିଛି ଭିନ୍ନକ୍ଷମ ଲୋକଙ୍କୁ ବସିବା ପାଇଁ ମଧ୍ୟ ସ୍ଥାନ ଦିଆଯାଇ ନଥିଲା । ଯେଉଁଠିକି ବ୍ଲକ ର କାର୍ଯ୍ୟକର୍ତା ମନେ ବହୁତ ଆରାମ ରେ ବସି ଗପସାପ କରୁଥିବା ,ଫୋନରେ ବିଜି ରହିବା ଦେଖୀବାକୁ ମିଳି ଥିଲା । ଯେଉଁଠି ଏକ ସାଧାରଣ ଲୋକଙ୍କୁ ବିନା ମାସ୍କ ପାଇଁ ଦଣ୍ଡ ବିଧାନ ର ନିୟମ କରାଯାଉଛି ସେଇଠି ବ୍ଳକ କାର୍ଯ୍ୟାଳୟ ର କର୍ମକର୍ତା ଙ୍କ ଏପରି ବିନା ମାସ୍କ ଓ ବିନା ସାମାଜିକ ଦୂରତା ପାଳନ କରି ଅଭିଯାନ କରିବା କଣ ଦଣ୍ଡନୀୟ ଅପରାଧ ନୁହେଁ ବୋଲି ଜନସଧାରଣ ପ୍ରଶ୍ନ କରିଛନ୍ତି ।ଖାଲି ବେନେର ଲାଗିଥିଲା ସାମାଜିକ ଦୂରତା ପାଇଁ କିନ୍ତୁ ନା ସାବୁନ ,ନା ସେନିଟାଇଜେର ର ବ୍ୟବସ୍ଥା ମଧ୍ୟ କରାଯାଇ ନଥିଲା ।ଖାଲି କାଗଜ ପାତ୍ର ରେ ସବୁ ଠିକ ଚାଲିଛି ବୋଲି ଦର୍ଶାଇ ସରକାରଙ୍କ ପଇସା ବର୍ବାଦ କରାଯାଉଛି ।ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର କାର୍ଯ୍ୟକ୍ରମ ବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ।

WhatsApp Image 2021 03 14 at 3.32.49 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: