ନବରଙ୍ଗପୁର, ୨୩/୬(ମିହିର ଶଙ୍କର ପାତ୍ର):-ଡାବୁଗାଁ ଲ୍ୟାମ୍ପସ ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରି ନିର୍ବାଚିତ ହେଲେ ଗିରଲିଗୁଡା ଗ୍ରାମର ଦୁର୍ଯ୍ୟଧନ ଭତ୍ରା ।ଏହି ସମୟରେ ଡାବୁଗାଁ ଲ୍ୟାମ୍ପ ରେ ଉପସ୍ଥିତ ଥିଲେ ବିଜେଡି ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ର,ସାଂସଦ ପ୍ରତିନିଧି ଏମ ଆପା ରାଓ ,ବିଜେଡିର ବାରିଷ୍ଟ ନେତା ମଳୟ ବିଷୋୟୀ,କୃଷକ ନେତା ସତ୍ୟ ପାତ୍ର,ରାଜୁ ରେଲି ଏବଂ ଲ୍ୟାମ୍ପ ଏମ .ଡି ସଙ୍କର ରାଓ ପ୍ରମୂଖ ଉପସ୍ଥିତ ଥିଲେ । କଣସି ପ୍ରତିଦ୍ୱନ୍ଦୀ ନଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଦୁର୍ଯ୍ୟୋଧନ ଭତ୍ରା । ଏବେ ଦେଖିବାକୁ ବାକି ରହିଲା କୃଷକ ଭାଇ ମାନଙ୍କ ଉନ୍ନତି ନିମନ୍ତେ କିଭଳି କାର୍ଯ୍ୟ କରୁଛନ୍ତି ଆଗାମୀ ଦିନରେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |