ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୦।୧: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ଡିସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି . ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଭାଗବତ ପ୍ରସାଦ ମୂର୍ମ୍ମୁ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ . ଦ୍ଵୀପ ପ୍ରଜ୍ଜ୍ୱଳନ ପରେ ରାଧାକୃଷ୍ଣ ମନ୍ଦିର ରୁ ମଶାଲ ଅଣାଯାଇ ଶିଶୁ ମନ୍ଦିର ପରିସରରେ ସ୍ଥାପନ କରାଯାଇଥିଲା .ମୁଖ୍ୟ ଅତିଥି ତଥା କ୍ରୀଡା ଶିକ୍ଷକ ଶ୍ରୀ ମୂର୍ମ୍ମୂ ଏହି ଅବସରରେ ପ୍ରତିଯୋଗିତା ରେ ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ କ୍ରୀଡା କୁ ମଧ୍ୟ ସମାନ ଗୁରୁତ୍ଵ ଦେବାକୁ କହିଥିଲେ. ଶାରୀରିକ କ୍ରୀଡା ଦ୍ଵାରା ଶରୀର ସୁସ୍ଥ ରହିବା ସହ ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟରେ ଆଗ୍ରହ ବଡିବ ବୋଲି କହିଥିଲେ. ଶିଶୁ ଓ ବାଲ ବର୍ଗରେ ଉମରକୋଟ, ଜାମରୁଣ୍ଡା ଓ ଡାବୁଗାଁ ଶିଶୁ ମନ୍ଦିର ର ୯୨ ଜଣ ଛାତ୍ରଛାତ୍ରୀ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ . ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୦୦ ମିଟର,୨୦୦ ମିଟର, ୪୦୦ ମିଟର ଓ ୬୦୦ ମିଟର ଦୌଡ ,ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟ୍ ପୁଟ ଓ ଡିସ୍କସ ଥ୍ର ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା . ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ଉଛବ ରେ ମୁଖ୍ୟ ଅତିଥି ଭାବେ ସଙ୍କୁଳ ପ୍ରମୁଖ ଡକ୍ଟର ପଙ୍କୋଜ ଲୋଚନ ମିଶ୍ର ,ସମ୍ମାନିତ ଅତିଥି ଭାବେ ସଙ୍କୁଳ ସଂଯୋଜକ ଭାସ୍କର ଚନ୍ଦ୍ର ମହାପାତ୍ର, ସୁରେଶ ଚନ୍ଦ୍ର ସାମଲ , ଡାବୁଗାଁ ଶିଶୁ ମନ୍ଦିର ପରିଚାଳନା କମିଟି ର ସଭାପତି ହରେକୃଷ୍ଣ ବାଡତିଆ,ସମ୍ପାଦକ ସଞ୍ଜୟ କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ . ସଙ୍କୁଳ ସ୍ତରୀୟ କ୍ରୀଡା ର ବାଲ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ଆଗାମୀ ୨୦ ତାରିଖରେ ଜୁନାଗଡ ଠାରେ ସମ୍ଭାଗ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଜଣା ପଡିଛି. କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଦୀପ ଗୁରୁଜୀ, ନିତ୍ୟାନନ୍ଦ ଗୁରୁଜୀ,ଆଶିଷ ଗୁରୁଜୀ ତଥା ସଙ୍କୁଳ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: