ଡାବୁଗାଁ iicଙ୍କୁ ଜିଲ୍ଲାର ଶ୍ରେଷ୍ଠ ସହଆରକ୍ଷୀ ନିରୀକ୍ଷକ ଭାବରେ ମାନପତ୍ର ପ୍ରଦାନ କରାଗଲା।

ନବରଙ୍ଗପୁର(ମିହୀର ଶଙ୍କର ପାତ୍ର),,୦୨/୦୪:- ୧ ଅପ୍ରିଲ୍ ୨୦୨୨ ସ୍ବତନ୍ତ୍ର ମାନପତ୍ର ଶ୍ରୀ ଅଭିମନ୍ୟୁ ଦୁର୍ଗା ସହ ଆରକ୍ଷୀ ନିରୀକ୍ଷକ ମହାଶୟ , ଆପଣ ତା.୧୯.୧୧.୧୯୯୦ରିଖରେ କନେଷ୍ଟବଳ ଭାବେର ଓଡ଼ିଶା ପୋଲିସର କଳାହାଣ୍ଡି ଜିଲ୍ଲାରେ ନିଯୁକ୍ତ ପାଇଥିଲେ । ସେହିପରି ତା . ୨୪.୦୩.୨୦୦୫ରିଖରେ ଉପ – ସହ ଆରକ୍ଷୀ ନିରୀକ୍ଷକ ଭାବେ ଏବଂ ତା.୧୦.୦୫.୨୦୧୪ରିଖରେ ସହ ଆରକ୍ଷୀ ନିରୀକ୍ଷକ ଭାବରେ ପଦୋନ୍ନତି ପାଇଥିଲେ । ତା.୨୭.୧୨.୨୦୧୬ରିଖରେ ନବରଙ୍ଗପୁର ଜିଲ୍ଲା କୁ ବଦଳି ହୋଇ ଆସିଥିଲେ । ନିଜର ୩୧ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟକାଳ ମଧ୍ୟରେ ଉତ୍ସର୍ଗୀକୃତ ମନୋଭାବ ଓ ଗଭୀର ନିଷ୍ଠାର ସହ ଅନୁଶାସିତ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସିଅଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏଯାବତ ୧୭ଗୋଟି କମେଣ୍ଡସନ , ୪୧ଗୋଟି ଜି.ଏସ୍ . ମାର୍କ ଏବଂ ୨୨ଗୋଟି ଅର୍ଥ ପୁରସ୍କାର ଏବଂ ଆନ୍ତ୍ରିକ ସୁରକ୍ଷା ସେବା ପଦକ ଦ୍ବାରା ପୁରସ୍କୃତ ହୋଇଅଛନ୍ତି । ଅଧୁନା ନବରଙ୍ଗପୁର ଜିଲ୍ଲାର ଡ଼ାବୁଗାଁ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବରେ କାର୍ଯ୍ୟ ସମ୍ପାଦନ କରିଆସୁଅଛନ୍ତି । ଓଡ଼ିଶା ପୋଲିସ ର ଏହି ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ୨୦୨୧ ବର୍ଷ ନିମନ୍ତେ ନବରଙ୍ଗପୁର ଜିଲ୍ଲା ର ଶ୍ରେଷ୍ଠ ସହ ଆରକ୍ଷୀ ନିରୀକ୍ଷକ ଭାବେ ମନୋନୀତ କରାଯାଇ ନଗଦ ଟ.୧୦୦୦ -ଙ୍କା ( ଏକ ହଜାର ଟଙ୍କା ) ର ପୁରସ୍କାର ରାଶି ଏବଂ ସ୍ୱତନ୍ତ୍ର ମାନପତ୍ର ସହିତ ସମ୍ମାନ୍ନିତ କରା ଯାଇଛି ।

4327a6d5 edc4 4717 a333 b0223c076872

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: