ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୩୦୧ ପୋଲିସ ଅଫିସର

କଟକ, ୩୧/୦୧: ପଦୋନ୍ନତି ପାଇଲେ ରାଜ୍ୟ ପୋଲିସ୍‌ ବାହିନୀରେ କାର୍ଯ୍ୟରତ ଥିବା ଇନ୍‌ଚାର୍ଜ ଡିଏସ୍‌ପି ଏବଂ ଆଉ କେତେ ଜଣ ଇନ୍ସପେକ୍ଟର । ସେମାନେ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଗୃହ ବିଭାଗ ପକ୍ଷରୁ ପୋଲିସ୍‌ ବାହିନୀରେ ଏମିତି ମୋଟ ୩୦୧ ଜଣଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ସୂଚନା ମିଳିଛି । ଏ ବାବଦରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ଡିଏସ୍‌ପିଙ୍କୁ ଖୁବ୍‌ଶୀଘ୍ର ଅବସ୍ଥାପିତ କରାଯିବ । ଏଥିଲାଗି ପୋଲିସ୍‌ ବାହିନୀରେ ଡିଏସ୍‌ପି ପାହ୍ୟାରେ ବଡ଼ଧରଣର ଅଦଳ ବଦଳ ପ୍ରକ୍ରିୟା ପାଇଁ ତାଲିକା ପ୍ରସ୍ତୁତ ହେଉଥିବାର ଖବର ଆସିଛି ଯ ତେବେ ୨୦୧୭ରୁ ଇନଚାର୍ଜ ଡିଏସ୍‌ପି ଭାବେ ସାଢ଼େ ୩ ବର୍ଷରୁ ଅଧିକ ସମୟ ହେବ ରାଜ୍ୟ ପୋଲିସ୍‌ ବାହିନୀରେ ଦାୟିତ୍ୱ ନିର୍ବାହ କରିଆସୁଥିବା ପ୍ରାୟ ୩୦ ଜଣଙ୍କ ନାଁରେ ବିଭାଗୀୟ ପ୍ରୋସିଡିଙ୍ଗ୍‌ ରହିଛି । ତେଣୁ ସେମାନେ ନିୟମିତ ଡିଏସ୍‌ପି ହେବା ତଥା ଡିଏସ୍‌ପି ପଦୋନ୍ନତିରୁ ବାଦ୍‌ ପଡ଼ିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: