ଡୁଡ଼ନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍ ବଣ୍ଟନ

ଯାଜପୁର,୧୩/୯:ମହାମାରୀ କରୋନା ଦୁଃଖ ସହିତ ବନ୍ୟା ପ୍ରଭାବ ହେତୁ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି ।ଡୁଡନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।ଅନୁଷ୍ଠାନ ଅଧ୍ୟକ୍ଷା ବନ୍ଦନା ହରିଚନ୍ଦନଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦ ଏବଂ ଧିମେଇ ଗ୍ରାମର ୧୫୦ ଜଣଙ୍କୁ ରିଲିଫ ପ୍ରଦାନ କରାଯାଇଛି ।ମହାମାରୀ କରୋନା ମାଡ଼ରେ ଲୋକଙ୍କ ଜୀବନ ଜୀବିକା ସଙ୍କଟରେ ରହିଛି ।ବର୍ତ୍ତମାନ ବନ୍ୟା ପୁଣି ଲୋକଙ୍କ ଦୁଃଖ ଦ୍ବିଗୁଣିତ କରିଛି ।ଏଣୁ ଲୋକଙ୍କ ଦୁଃଖରେ ସାମିଲ ହେବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯାଇ ଥିବା ଅଧ୍ୟକ୍ଷା ଶ୍ରୀମତୀ ହରିଚନ୍ଦନ କହିଛନ୍ତି ।ଏଥିରେ ଟ୍ରଷ୍ଟ ଉପସଭାପତି ବିକାଶ ରାଉତ,ମମତା ମହାପାତ୍ର,ବିନ୍ଦାସ ଚିନୁ,ଗଣେଶ ଚନ୍ଦ୍ର ଜେନା,ରଶ୍ମିତା ମହାନ୍ତି,ତାପସ ମହାନ୍ତି,ବାସୁ ଦାସ ପ୍ରମୁଖ ସହଯୋଗ କରିଥିଲେ ।

IMG 20200913 WA0024

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!