ଡେଙ୍ଗାପଦରରେ ବାଚସ୍ପତିଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ

ଗଞ୍ଜାମ,୨୭/୧(ମନୋଜ କୁମାର ପାତ୍ର):ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୁକୁଡ଼ାଖଣ୍ଡି ବ୍ଲକର ଡେଙ୍ଗାପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ।ଏହି ପ୍ରକଳ୍ପ ମଧ୍ୟରେ ପଞ୍ଚାୟତର ନୂତନ ପାଠାଗାର,ଗୌଡ଼ସାହି କୋଠ ଘର, ମାର୍କେଟ କଂପ୍ଲେସ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହକୁ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଗିରିଧର ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ପାଠାଗାର କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଶ୍ରୀ ପାତ୍ରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗ୍ରାମଛକ ନିକଟରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମୀ ଏକତ୍ରିତ ହୋଇ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରି ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇ ଗ୍ରାମ ପରିକ୍ରମା କରିଥିଲେ। ବାଚସ୍ପତିଙ୍କ ଗସ୍ତ ସମୟରେ,ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ଜିଲ୍ଲା ପରିଷଦ ସଭ୍ୟା ନିରୁପମା ପାତ୍ର, ସମିତିସଭ୍ୟା ମାମିନା ମଳିକ,ନାଏବ ସରପଞ୍ଚ ସାବିତ୍ରୀ ସ୍ୱାଇଁ,ଜେଇ ସନ୍ତୋଷ କୁମାର ବିଷୋୟୀ,ପିଇଓ ମହେନ୍ଦ୍ର କୁମାର ମାଲିକ,ବିଦ୍ୟାଳୟ ସଭାପତି ଦଣ୍ଡପାଣି, ପୂର୍ବତନ ସମିତି ସଭ୍ୟ ରାମହରି ଜେନା, କାଳୁଚରଣ ବେହେରା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ପୂର୍ବତନ ସରପଞ୍ଚ ନିରଞ୍ଜନ ସାହୁ, ରାଜେନ୍ଦ୍ର ବିଷୟୀ, ପି. ଗଣେଶ ପାତ୍ର, ପି. ଶିବଶଙ୍କର ପାତ୍ର, ପଞ୍ଚୁ ଗୌଡ଼, ରାକେଶ ବେହେରା, ଏଲ.ପୁରୁଷତ୍ତମ ପାତ୍ର, କିଶୋର ପାତ୍ର,ବି.ରବିନ୍ଦ୍ର ପାତ୍ର, ବିଷ୍ଣୁପ୍ରିୟା ପାତ୍ର,ପ୍ରଶନ୍ନ କୁମାର ପାଢି, ସୁଦର୍ଶନ ବିଷୋୟୀ, ଶିବ ସେଠୀ, ଶିବ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ଭିଡ ସମାଗମ ଦେଖି ଉତ୍ଚାହିତ ହୋଇପଡିଥିଲେ ମାନ୍ୟବର ବାଚସ୍ପତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: