ଡୋନାଲ୍ଡ ଟ୍ରମ୍ପଙ୍କ ଘରେ FBI ପକ୍ଷରୁ ଚଢ଼ାଉ

ଓ୍ୱାଶିଂଟନ୍‌ ,୦୯/୦୮: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ପକ୍ଷରୁ ଚଢ଼ାଉ କରାଯାଉଛି ।  ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଗୁଇନ୍ଦା ସଂସ୍ଥା ଏଫବିଆଇ ଚଢ଼ାଉ କରୁଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ମାର ଏ ଲାଗୋ ରେସର୍ଟରେ ଏଫ୍‌ବିଆଇ ରେଡ୍।  ହ୍ଵାଇଟ୍ ହାଉସ୍ ଛାଡିବା ପରେ ଟ୍ରମ୍ପ କିଛି ସରକାରୀ କାଗଜପତ୍ର ଫ୍ଲୋରିଡା ଆଣିଥିବା ଅଭିଯୋଗ ହୋଇଛି। ଏହି କାଗଜପତ୍ର ସନ୍ଧାନରେ ଟ୍ରମ୍ପ୍‌ଙ୍କ ଘରେ ଏଫବିଆଇ ଚଢାଉ କରିଛି।ଏନେଇ  ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍‌ କରି ସୂଚନା ଦେଇଥିବା ବେଳେ ସେ ଲେଖିଛନ୍ତି ତାଙ୍କର ଫ୍ଲୋରିଡା ସ୍ଥିତ ଘର, ରିସର୍ଟ ଓ ଫାର୍ମ ହାଉସରେ ଏଫ୍‌ବିଆଇ ଟିମ୍‌ ଚଢ଼ାଉ କରୁଛି । ବିନା ନୋଟିସରେ ଏହି ଚଢ଼ାଉ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।  ଏଥି ସହିତ ସେ ତାଙ୍କ ଟ୍ୱିଟରେ ଆହୁରି ସୂଚନା ଦେଇଛନ୍ତି କି, ୨୦୨୪ ନିର୍ବାଚନରେ ଲଢ଼ିବା ପାଇଁ ମୋତେ ରୋକାଯାଉଛି ବୋଲି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ।ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ‘ଏଫବିଆଇର ଏହି କାର୍ଯ୍ୟ ହେଉଛି ପ୍ରତିଶୋଧର ରାଜନୀତି । ଆମେରିକା ପାଇଁ ଏହା ଏକ ଖରାପ ସମୟ । ଅନୁସନ୍ଧାନକାରୀ ସଂସ୍ଥା ୪୫ ତମ ରାଷ୍ଟ୍ରପତିଙ୍କ ଘରେ ଚଢ଼ାଉ କରିଛି । ପୂର୍ବରୁ ଆମେରିକାରେ ଏପରି କେବେ ହୋଇନଥିଲା ।  କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ଚଢ଼ାଉ ହୋଇନାହିଁ । ଏଫବିଆଇ ସହିତ ସାହାଯ୍ୟ ଏବଂ ସହଯୋଗ କରିବା ସତ୍ତ୍ବେ କୌଣସି ସୂଚନା ନ ଦେଇ ତାଙ୍କ ଘରେ ଚଢ଼ାଉ କରାଯାଇଛି । ଯାହାକି ଅତି ନିନ୍ଧନୀୟ ବୋଲି ସେ କହିଛନ୍ତି ।ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋମବାର ସକାଳେ ଏହି ଚଢାଉ ହୋଇଥିଲା। ଅଧିକାରୀ ଟ୍ରମ୍ପଙ୍କ ବାସଭବନ ସହ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ତେବେ ଏହାକୁ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!