ଭୁବନେଶ୍ଵର, ୦୮/୦୬ : ରାଜ୍ୟରେ ଡ୍ରଗ୍ସ ଚୋରା କାରବାରକୁ ଦମନ ପାଇଁ କାର୍ଯ୍ୟକାରୀ ହେବ ନାର୍କୋଟିକ୍ସ ୟୁନିଟ୍ । ରାଜ୍ୟରେ ବନ୍ଦ ହେବ ବ୍ରାଉନସୁଗାର କାରବାର। ଡ୍ରଗ୍ସ କାରବାର ବନ୍ଦ ପାଇଁ ସରକାରଙ୍କ ନୂଆ ରଣନୀତି। ଏସଟିଏଫକୁ ଦିଆଗଲା ସ୍ଵତନ୍ତ୍ର ଦାୟିତ୍ଵ। ଏସଟିଏଫରେ କାର୍ଯ୍ୟକାରୀ ହେବ ନାର୍କୋଟିକ୍ସ ୟୁନିଟ୍। ଜଣେ ଏସପି, ୩ ଡିଏସପିଙ୍କ ସହ ୨୭ଟି ନୂଆ ପୋଷ୍ଟକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡ୍ରଗ୍ସ ଚୋରା କାରବାରକୁ ଦମନ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପୋଲିସ ଡିଜି ଅଭୟ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |