ଭୁବନେଶ୍ୱର,୧୭।୩: ଗତ ତିନି ଦିନ ଧରି ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପ୍ରାତ୍ୟାହାର କରିଛି ଡ୍ରାଇଭର ମହାସଂଘ। ଏନେଇ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲୀ ସୂଚନା ଦେଇଛନ୍ତି । ଡ୍ରାଇଭର ମହାସଂଘର ସଭାପତି ଫେସ୍ବୁକ୍ରେ ଭିଡିଓ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି । ସରକାରଙ୍କ ଉପରେ ଭରଷା ବିଶ୍ୱାସ ରଖି ମହାସଂଘ ଏହି ନିଷ୍ପତି ନେଇଛି ।୩ ଦିନ ହେବ ଚାଲିଥିବା ଆନ୍ଦୋଳନ ସ୍ଥଗିତ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ସୂଚନା ଦେଇଛନ୍ତି । ଭିଡିଓ ବାର୍ତ୍ତା ଜରିଆରେ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଲେ ପ୍ରଶାନ୍ତ । ସେ କହିଛନ୍ତି ଯେ, ଲୋକଙ୍କ ଅସୁବିଧା, ମୁଖ୍ୟ ସଚିବଙ୍କ ନିବେଦନ ଯୋଗୁଁ ସ୍ଥଗିତ ରଖିଲୁ |ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ଜନସାଧାରଣଙ୍କ ଅସୁବିଧାକୁ ନଜରରେ ରଖି ଏବଂ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶୃତି ଉପରେ ଭରଷା କରି ସଂଘ ବର୍ତ୍ତମାନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଗତକାଲି ସଂଘ ସହିତ ବୈଠକ ପରେ ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ଜଣାଇଥିଲେ କି ଡ୍ରାଇଭର ମାନଙ୍କର ଦାବିକୁ ତିନି ମାସ ମଧ୍ୟରେ ସମାଧାନ କରାଯିବ ।ଡ୍ରାଇଭର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଡ୍ରାଇଭରଙ୍କଠୁ ସହଯୋଗ ଲୋଡ଼ୁଛି । ୩ ମାସ ସମୟ ମଗାଯାଇଛି, ଆଶା କରୁଛୁ ସହଯୋଗ କରିବେ । ସେପଟେ ଆନ୍ଦୋଳନରୁ ଓହରିବାକୁ ମୁଖ୍ୟ ସଚିବ ମଧ୍ୟ ଡ୍ରାଇଭରଙ୍କୁ ନିବେଦନ କରିଥିଲେ । କାଲିର ଆଲୋଚନା ପରେ ବି ଆନ୍ଦୋଳନ ଜାରି ରହିଥିବା ହେତୁ ମୁଖ୍ୟ ସଚିବ ମଧ୍ୟ ନିବେଦନ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |