କେନ୍ଦୁଝର,୧/୬ : ଡ୍ରେନ୍ ଭିତରୁ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ସଦର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ୍ ଭିତରେ ଜଣେ କନଷ୍ଟେବଳଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ କନଷ୍ଟେବଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କେହି ହତ୍ୟା କରି ପକାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ମଙ୍ଗଳବାର ସକାଳେ କେନ୍ଦୁଝର ସଦର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ୍ ଭିତରେ ଜଣେ କନଷ୍ଟେବଳଙ୍କର ମୃତଦେହ ଦେଖିବାକୁ ମିଳିଥିଲା। ମୃତ କନଷ୍ଟେବଳ ହେଉଛନ୍ତି ବିଶ୍ୱ ଭୂଷଣ ସେଠୀ ଓ ତାଙ୍କ ଘର ଫକିରୀପୁର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |