ତରାସରେ ୧୭ଟି ସୋଲାର ଆଲୋକରୁ ବ୍ୟାଟ୍ରି ଚୋରି କରିନେଲେ ଦୁବୃର୍ତ୍ତ

ରାଜକନିକା ଥାନାରେ ଏତଲା ଦେଲେ ନେତାଜୀ କ୍ଲବ୍‌

ରାଜକନିକା,୧୧ା୬:ରାଜକନିକା ବ୍ଲକ୍ ଅନ୍ତର୍ଗତ ତରାସ ଗ୍ରାମର ଛକ ରାସ୍ତା ସହିତ ମନ୍ଦିର, ମଠ, ପଂଚାୟତ କାର୍ଯ୍ୟାଳୟ, ନେତାଜୀ କ୍ଲବ୍‌, ବିଦ୍ୟାଳୟ ସହିତ ଗୋପବନ୍ଧୁ ପାଠାଗାର ରାସ୍ତାରେ ଲାଗିଥିବା ୪୦ଗୋଟି ସୋଲାର ଆଲୋକ ଖୁଣ୍ଟି ମଧ୍ୟରୁ ୧୭ଟି ଆଲୋକ ଖୁଣ୍ଟିରୁ କିଛି ସନ୍ଦିଗ୍ଧ ଯୁବକମାନେ ବ୍ୟାଟ୍ରି ଗୁଡ଼ିକ ଚୋରି କରିନେଇଯାଇଥିବାର ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବା ନେଇ ଜଣାପଡ଼ିଛି । ବ୍ୟାଟ୍ରି ଚୋରୀ ହୋଇଥିବା କାରଣରୁ ଗ୍ରାମ ରାସ୍ତା ଅନ୍ଧାରରେ ରହୁଛି । ନେତାଜୀ କ୍ଲବ୍ ତରାସର ସଦସ୍ୟମାନେ ରାଜକନିକା ଥାନାରେ ଏତଲା ଦେବା ସହିତ ତୁରନ୍ତ ଦୁବୃର୍ତ୍ତମାନଙ୍କୁ ଧରିବାକୁ ଦାବି କରିଛନ୍ତି । କ୍ଲବ୍‌ର ସଦସ୍ୟମାନେ ଅଭିଯୋଗ କରିଛନ୍ତିଯେ, ଦୁବୃର୍ତ୍ତମାନେ ବ୍ୟାଟ୍ରି ଗୁଡ଼ିକ ଚୋରି କରିନେଇ ଚିଙ୍ଗୁଡ଼ି ଘେରିକୁ ଅଳ୍ପ ମୂଲ୍ୟରେ ବିକ୍ରି କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!