ନୂଆଦିଲ୍ଲୀ ୧୪।୬: ଯେତେବେଳେ ବି ଆମେ ଆମ ଚାରିପାଖରେ ସାପ ଦେଖୁ, ଭୟଭିତ ହୋଇଯାଉ। କେବଳ ଏତିକି ନୁହେଁ, ଆମେ ସେହି ସ୍ଥାନ ସଙ୍ଗେ ସଙ୍ଗେ ଛାଡିଚାଲିଯାଉ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯେତେବେଳେ ଜଣେ ଝିଅ କେବଳ ଗୋଟିଏ ହାତରେ ଅତି ନିର୍ଭୟରେ ଏକ କୋଣରେ ଫସି ରହିଥିବା ସାପକୁ ଧରିଛନ୍ତି। ଝିଅଟି ବିପଜ୍ଜନକ ଏବଂ ବିଷାକ୍ତ ସାପକୁ ଧରିବା ପାଇଁ ମାତ୍ର କିଛି ସେକେଣ୍ଡ ସମୟ ନେଇଥିଲା। ଗୋଟିଏ ହାତରେ କିଙ୍ଗ କୋବ୍ରା ପରି ବିଷାକ୍ତ ସାପ ଧରି ପ୍ରମାଣ କରି ଦେଖାଇଦେଇଛନ୍ତି ଯେ ଝିଅମାନେ କାହାଠାରୁ କମ୍ ନୁହଁନ୍ତି। ଏହି ଭିଡିଓକୁ ନାଗେଶ୍ୱରୀ ସ୍ନାକଲେଭର୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏପର୍ଯ୍ୟନ୍ତ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି | ଲୋକମାନେ ଏହି ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।
View this post on Instagram
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |