ବାଲେଶ୍ଵର/ ଭଦ୍ରକ/କେନ୍ଦ୍ରାପଡା,୨୬।୫: ବାଲେଶ୍ଵର ଜିଲ୍ଲା ନୀଳଗିରି, ଭଦ୍ରକ ଜିଲାର ଚାନ୍ଦବାଲି , ଧାମରା, କେନ୍ଦ୍ରାପଡା ଜିଲାର ରାଜକନିକା, ରାଜନଗର, ମହାକାଳପଡା ଅଞ୍ଚଳରେ ‘ୟାସ୍’ର ପ୍ରଭାବ । ବ୍ୟାପକ କ୍ଷୟକ୍ଷତି ହେବା ହେବା ଆରମ୍ଭ ହୋଇଛି । ପ୍ରବଳ ପବନ ବୋହିବା ଯୋଗୁଁ ଚାରିଆଡ଼େ ରାସ୍ତା ଓ ଘର ଉପରେ ଗଛ ପଡିଛି । ସଜନାଗଡ଼-ଅଯୋଧ୍ୟା ରାସ୍ତାର ବଣଭୂଇଁ ଛକ ନିକଟରେ ଦୁଇଟି ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି । ଘର ଉପରେ ଗଛ ପଡି ଘର ଭାଙ୍ଗିବା ସହ ବ୍ୟାପକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି । ସଜନାଗଡ଼ ଅଂଚଳରେ ବିଶ୍ବାଳସାହି ଗ୍ରାମର ରବୀନ୍ଦ୍ର ରାଉତଙ୍କ ଘର ପବନ ଯୋଗୁଁ ଛପର ଉଡାଇ ନେଇଥିବା ଜଣାପଡିଛି । ଗୋପୀନାଥପୁର ଗାଁରେ କଟିନ ମହାରଣାଙ୍କ ଘର ଛପର ଉପରେ ଗଛ ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁହାଳ ଘର ଭିତରେ ଗୋରୁ ଗାଈ ରହିଥିବା ଜଣାପଡିଛି ।ତେବେ ‘ୟାସ୍’ ପ୍ରଭାବରେ ନୀଳଗିରି ଅଞ୍ଚଳରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ଘାରିଥିବା ବେଳେ ବାତ୍ୟା ଛାଡିଲେ ପ୍ରଶାସନ ତରଫରୁ ଗଛ ହଟାଇବା ସହ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜଣାପଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |